ଭୁବନେଶ୍ୱର, ୧୧/୯/୨୦୨୪ (ଓଡ଼ିଶା ସମାଚାର)- ସୁଭଦ୍ରା ଯୋଜନା ଫର୍ମ ପାଇଁ ଅର୍ଥ ଦାବି କରି ଗିରଫ ହୋଇଛନ୍ତି ୨ଟି ଜନସେବା କେନ୍ଦ୍ର କର୍ମଚାରୀ । ସୁଭଦ୍ରା ଯୋଜନା ଫର୍ମ ଦେବା କିମ୍ବା ଅନଲାଇନରେ ଜମା କରିବା ପାଇଁ ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ବିଏମସି ଅଂଚଳରେ ବିଏମସି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଆଜି ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ଏକ ଜନସେବା କେନ୍ଦ୍ର କର୍ମଚାରୀ ଏଥିପାଇଁ ୫୦ ରୁ ୮୦ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଡ଼କୁମେଂଟ ସ୍କାନ ଓ ଜେରକ୍ସ ପାଇଁ ଟଙ୍କା ନେଉଥିବା ଜନସେବା କେନ୍ଦ୍ର କର୍ମଚାରୀ କହିଥିଲେ । ଏ ସମ୍ପର୍କରେ ଭୁବନେଶ୍ୱର ମୁନିସପାଲ କର୍ପୋରେସନ୍ (ବିଏମସି) ପକ୍ଷରୁ ଏକ୍ସ ରେ ସୂଚନା ଦିଆଯାଇଛି – ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଅର୍ଥ ଦାବି କରି ୨ ଜନସେବା କେନ୍ଦ୍ର କର୍ମଚାରୀ ଗିରଫ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ଶେଷ ହିତାଧିକାରୀ ପାଇବା ପର୍ୟ୍ୟନ୍ତ ଫର୍ମ ଯୋଗାଇ ଦିଆଯିବ । ଏଥିପାଇଁ ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା କୌଣସି ଭ୍ରମରେ ପଡନ୍ତୁ ନାହିଁ । କୌଣସି ଅଭିଯୋଗ କିମ୍ବା ସନ୍ଦେହ ଥିଲେ ୧୪୬୭୮ ଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ ।
https://x.com/bmcbbsr/status/1833881024217964660