କଟକ ସଦର ୧୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ରାଜହଂସ ଗ୍ରାମର ଵର୍ଷିୟାନ ମୁରଵୀ ତଥା ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ନରୋତ୍ତମ ମୁଦୁଲିଙ୍କ ୮୬ ବର୍ଷ ବୟସରେ ଆଜି ଶନିବାର ଦିନ ତାଙ୍କ ବାସଭବନରେ ପରଲୋକ ଘଟିଛି।
ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମୃତ୍ୟୁରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା,ଗ୍ରାମ୍ୟ କମିଟି ସଭାପତି ସତ୍ୟ ରଞ୍ଜନ ସିଂହ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ରାଜ୍ୟ କୁମ୍ଭକାର ସମିତି ର ସଭାପତି ନିରଂଜନ ମୁଦୁଲି ମୁଖାଗ୍ନୀ ଦେଇଥିଲେ।
