କଟକ ସଦର ୧୦/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ସଦର ପଞ୍ଚାୟତ ସମିତି ପକ୍ଷରୁ ଆଜି ଶୁକ୍ରବାର ଅପରାହ୍ନରେ ସୋମପୁର,ଵୋଧପୁର, ପ୍ରହରାଜପୁର ଓ କିଶନନଗର ଠାରେ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଚାରୋଟି ଯାକ ସମାବେଶରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ମହିଳା ମାନଙ୍କ ସ୍ୱ। ଵଲମ୍ଵୀ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ସବୁଥିରେ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ସଭାପତିତ୍ବ କରିଥିବା ବେଳେ ସୋମପୁର ଠାରେ ସମାଜସେବୀ ସମୀର ସେନାପତି ଓ ଶିକ୍ଷାବିତ୍ ବିମଳ ଚନ୍ଦ୍ର ପଣ୍ଡା ମଞ୍ଚାସୀନ ଥିଲେ। ସେହିପରି ଵୋଧପୁର ଠାରେ ବ୍ଲକ୍ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସରପଂଚ ପ୍ରଶାନ୍ତ ବେହେରା ମଞ୍ଚାସୀନ ଥିଲେ।
ସେହିପରି ପ୍ରହରାଜପୁର ଠାରେ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସୁଭଦ୍ରା ଦାସ, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ସରପଂଚ ଅବଦୁଲ ୱ।ହିଦ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାନ, ସମାଜସେବୀ ଚିତ୍ତରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି କିଶନନଗର ଠାରେ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସରପଂଚ ସୁଜାତା ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତ୍ୟେକ ସ୍ଥାନରେ ମହିଳା ଏସ୍ ଏଚ୍ ଜି ଗୃପ ମାନଙ୍କ ଦ୍ଵାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ କରାଯାଇଥିଲା।
