ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୨୧/୦୩/୨୦୨୫(ଓଡ଼ିଶା ସମାଚାର)- ସ୍ୱାଧୀନୋତର ଓଡିଶା ରାଜନୀତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ପରିପୂର୍ଣ୍ଣ ପ୍ରେରଣାଦାୟୀ ସଫଳ ବ୍ୟକ୍ତିତ୍ୱ । ଅନୁଗୁଳ ଗଡ଼ଜାତ ଖମାର ଅଂଚଳର ଏକ କୃଷକ ପରିବାରରେ ଜନ୍ମ ହୋଇ ଚିକିତ୍ସା ସେବାକୁ ଜୀବନର ବୃତି ଭାବେ ଗ୍ରହଣ କରିଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନ । ପରବର୍ତୀ ସମୟରେ ବିଜେପିର ବ୍ଲକ୍ ସଭାପତି ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଉପସଭାପତି ଭଳି ସାଙ୍ଗଠନିକ ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିବା ସହ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱର ଗଠିତ କେନ୍ଦ୍ର ସରକାରରେ ଭୁପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସଫଳ ଭାବେ ନିର୍ବାହ କରିଥିଲେ ।

ତାଙ୍କ ସମୟରେ ଓଡିଶାର ରାଷ୍ଟ୍ରୀୟ ରାଜପଥ ନିର୍ମାଣ ,ବନ୍ଦର ବିକାଶ ଓ କୃଷି ବିକାଶର ବିଭିନ୍ନ ଯୋଜନା ଓଡିଶା ପ୍ରଦେଶ ଓ ଦେଶ ପାଇଁ ସ୍ମରଣୀୟ ହୋଇ ରହିବ । ସେ ଯେତିକି ସରଳ ସେତିକି ସୁଦୃଢ଼ ଓ ସଶକ୍ତ, ନୀତି ଓ ବିଚାର ନିଷ୍ଠ ଏବଂ ସଫଳ ଥିଲେ ନିଜ ଜୀବଦସାରେ ବୋଲି ବିଜେପିର ବରିଷ୍ଠ ନେତା ଭୁବନ ମୋହନ ଜେନା କହିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୁତିର ସମ୍ପାଦକ ପଣ୍ଡିତ ସର୍ବେଶ୍ୱର ମିଶ୍ର ଡାକ୍ତର ପ୍ରଧାନଙ୍କୁ ଜଣେ ପ୍ରେରଣାଦାୟୀ, ସମାଜ ମନସ୍କ ସଫଳ ରାଜନେତା ବୋଲି ଅବିହିତ କରିବା ସହିତ ତାଙ୍କୁ ଜଣେ ଯୋଗ୍ୟ ସମାସେବୀ, ଚିକିତ୍ସକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ସୁଯୋଗ୍ୟ ପୁତ୍ରର ପିତା ଭାବେ ସଫଳ ବ୍ୟକ୍ତି ବୋଲି କହିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସଂଚାଳନ କରିି ପଣ୍ଡିତ ହୃଷୀକେଶ ରଥ ତାଙ୍କ ଜୀବନର ବହୁ ଅନାଲୋଚିତ ପ୍ରସଙ୍ଗ ଆଲୋଚନା କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶ୍ରୀମଦ୍ ଭାଗବତ ଗୀତାର ପୁରୁସ୍ତେମ ଯୋଗ ଡ. ପ୍ରସନ୍ନ ପରିଡା ପାଠ କରିଥିଲେ । ପରେ ପବିତ୍ର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶତାଧିକ ଲୋକଙ୍କ ସହିତ ଜିଲା ପୂଜ୍ୟପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦେଇ କେନ୍ଦ୍ରାପଡ଼ା ସହିତ ତାଙ୍କର ସ୍ମୃତି ରୋମନ୍ଥନ କରିଥିଲେ ।

ବିଜେପି ନେତା ଦୁର୍ଯେ୍ୟାଧନ ସାହୁ, ଦେବେନ୍ଦ୍ର ପ୍ରଧାନଙ୍କ ସହଯୋଗୀ ହରିଶ ଜେନା, ଅଜୟ ସାମଲ, ସରୋଜ କୁମାର ମହାନ୍ତି,ପବିତ୍ର ପରିଡା, ନୀଳମଣି ସାହାଣୀ, ରୋଜାଲିନ ମହାନ୍ତି, ଧର୍ମରକ୍ଷା ସେନାର ଉମେଶ ଦାସ ଓ ଗୋଲଖ ଚନ୍ଦ୍ର ବେହେରା, ବିବେକାନନ୍ଦ ମହାରଣା, ପଣ୍ଡିତ ଅଭୟ ଶତପଥୀ, ଗୋଲକ ଚନ୍ଦ୍ର ପଢ଼ିହାରୀ, ମୁକ୍ତାର ଖାଁ, ଉମାକାନ୍ତ ଦାସ, ସାମ୍ବାଦିକ ରବି ନାରାୟଣ ପତି ଓ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଡାକ୍ତର ପ୍ରଧାନଙ୍କ ସ୍ମୃତି ଚାରଣ କରିବା ପରେ ଶାନ୍ତି ପାଠ କରାଯାଇ ଶ୍ରଦ୍ଧାଞ୍ଜଳି ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *