ଗଞ୍ଜାମ ୦୮/୦୭/୨୦୨୬ (ଓଡ଼ିଶା ସମାଚାର)- ବେଆଇନ ଅସ୍ତ୍ର କାରବାର ଓ ସଙ୍ଗଠିତ ଅପରାଧ ବିରୁଦ୍ଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନରେ ବଡ଼ ସଫଳତା ମିଳିଛି। ଜିଲ୍ଲାର ଦୁଇଟି ପୃଥକ୍ ମାମଲାରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବେଆଇନ ବନ୍ଧୁକ, ମାଗାଜିନ୍ ଏବଂ ଜୀବନ୍ତ ଗୁଳି ଜବତ କରାଯାଇଛି।
ଭଞ୍ଜନଗର ଥାନା ଅଞ୍ଚଳରେ ଅନିଲ କୁମାର ସ୍ୱାଇଁ, ପିଣ୍ଟୁ ସେଠୀ, ସୁବାଶ ଚନ୍ଦ୍ର ପାଢ଼ୀ ଓ ବାଳକୃଷ୍ଣ ବିଷୋୟୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ୯ ଏମ୍.ଏମ୍. ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଜବରଦସ୍ତି ଅର୍ଥ ଆଦାୟ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସେହିପରି କୋଦଳା ଥାନା ଅଞ୍ଚଳରେ ଫାସି ଗ୍ରାମର ଓମ୍ ସ୍ୱାଇଁ (୨୧ ବର୍ଷ) ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରାଯାଇଛି।
ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଭଞ୍ଜନଗର ଥାନା ମାମଲା ନଂ-୬୪୩/୨୦୨୬ରେ ପୋଲିସ ଅନିଲ କୁମାର ସ୍ୱାଇଁ, ପିଣ୍ଟୁ ସେଠୀ, ସୁବାସ ଚନ୍ଦ୍ର ପାଢ଼ୀ ଏବଂ ବାଳକୃଷ୍ଣ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ୯ ଏମ୍.ଏମ୍. ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି।
ସେହିପରି ଅନ୍ୟ ଏକ ମାମଲାରେ, କୋଦଳା ଥାନା ମାମଲା ନଂ-୩୪୬/୨୦୨୬ରେ ଫାସି ଗ୍ରାମର ଓମ୍ ସ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ତିନୋଟି ଜୀବନ୍ତ ଗୁଳି ଜବତ କରାଯାଇଛି।
ବେଆଇନ ଅସ୍ତ୍ର କାରବାର : ପୋଲିସର ବଡ଼ ଚଢ଼ାଉ; ୫ ଗିରଫ, ବନ୍ଧୁକ ଓ ଗୁଳି ଜବତ
