‘ପିନାକ’ର ସଫଳ ପରୀକ୍ଷଣ

ଚାନ୍ଦିପୁର / ଭୁବନେଶ୍ୱର,୦୮/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଭାରତ ଏହାର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଆଜି ବୁଧବାର ହାସଲ କରିଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଓଡ଼ିଶାର ଚାନ୍ଦିପୁରରେ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର୍) ରେ ପିନାକ ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ ର ଉଡ଼ାଣ ପରୀକ୍ଷଣ ସଫଳତାର ସହିତ ସଂପନ୍ନ କରିଛି । ଉନ୍ନତ ରକେଟ୍ ସିଷ୍ଟମକୁ ପ୍ରଯୋଗ ବ୍ୟବସ୍ଥା ସଂପନ୍ନ ଏହି ରକେଟ ସର୍ବନିମ୍ନ ୬୦ କିଲୋମିଟର ପାଇଁ ଯାତ୍ରା କରିବାକୁ ସାମର୍ଥ୍ୟ ରଖେ । ପିନାକକୁ ଅସ୍ତ୍ରଶସ୍ତ୍ର ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ ଦ୍ୱାରା ଉଚ୍ଚ ଶକ୍ତି ସାମଗ୍ରୀ ଗବେଷଣା ପ୍ରୟୋଗଶାଳା ସହିତ ସହଯୋଗରେ ଡିଜାଇନ୍ କରାଯାଇଛି ।

Leave a Reply

Your email address will not be published. Required fields are marked *