ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା,୧୬/୧୦/୨୦୨୪ (ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମ ଠାରେ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା। ରୋଟାରୀଆନ ବିଘ୍ନେଶ ପତି ଙ୍କ ଉଦ୍ୟମ ଓ ଆଗ୍ରହ କ୍ରମେ ସେଠାରେ ରହୁଥିବା ବାଳ ବ୍ରହ୍ମଚାରୀଙ୍କ ମଧ୍ୟରେ ଖୁସି ବାଣ୍ଟିବା ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର, ଏଜି ରୋଟାରୀଆନ ଅର୍ଚ୍ଚନା ମହାନ୍ତି, ସର୍ବଶ୍ରୀ ରୋଟାରୀଆନ ଅଜିତ ମୋହନ ପୂଜାରୀ, ଅଶୋକ କୁମାର ମିଶ୍ର,ବିଘ୍ନେଶ ପତି, ପ୍ରଫେସର ଡ଼ଃ କ୍ରିଷ୍ଣା ପରମାଣିକ, ଡ଼ଃ ସଞ୍ଜୁକ୍ତା ପତି, ଅନୀତା ନାୟକ, ସବିତା ମହାନ୍ତି,ଡିମ୍ଫଲ ସାହୁ, ପ୍ରଶାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଶ୍ରମର ଅଧ୍ୟକ୍ଷ ଡ ଉମାକାନ୍ତ ପଣ୍ଡା ଓ ଅନ୍ୟାନ୍ୟ ଗୁରୁ ଙ୍କ ସମେତ ପ୍ରାୟ ୧୪୦ ଜଣ ଅନ୍ତେଃବାସୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *