ରଣନୀତି ମୂଳକ ବୈଷୟିକ ସହଯୋଗ, ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା ଏବଂ ପ୍ରାଥମିକତା କ୍ଷେତ୍ର ଗୁଡ଼ିକରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନେଇ ଗୁରୁତ୍ୱାରୋପ
ଭୁବନେଶ୍ୱର,୦୮/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିକଶିତ ଓଡ଼ିଶା ଭିଜନ୍୨୦୩୬ ଓ ୨୦୪୭ ର ଅଗ୍ରଗତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦି କନଭର୍ଜେନ୍ସ ଫାଉଣ୍ଡେସନ୍ ( ଟିସିଏଫ୍ ) ଏବଂ ଏହାର ସହଯୋଗୀ ସଂସ୍ଥା ଗୁଡ଼ିକ ଯଥା ସେଣ୍ଟର ଫର୍ଇଫେକ୍ଟିଭ୍ଗଭର୍ନାନ୍ସ ଅଫ୍ ଇଣ୍ଡିଆ ନ୍ଷ୍ଟେଟ୍ସ ( ସିଇଜି ଆଇଏସ), ଫାଉଣ୍ଡେସନ୍ଫର୍ଇକନୋମିକ୍ଡେ ଭେଲପମେଣ୍ଟ (ଏଫଇଡି), ଉଦୈତୀ, ପ୍ରସ୍ପେରିଟି, ରକେଟ୍ଲର୍ଣ୍ଣିଂ, ସେଣ୍ଟ୍ରାଲ୍ସ୍ଲୋୟାର ଫାଉଣ୍ଡେସନ୍, ଗତି ଫାଉଣ୍ଡେସନ୍ ଏବଂ‘ଅତିଥି’ର ନେତୃତ୍ୱ ଦଳ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା ସରକାର ଏବଂ ଦିକନଭର୍ଜେନ୍ସ ଫାଉଣ୍ଡେସନ୍ ମଧ୍ୟରେ ୧୩ ଫେବୃଆରୀ ୨୦୨୫ରେ ସ୍ୱାକ୍ଷରିତ ବୁଝାମଣାପତ୍ର ( ଏମଓୟୁ ) ଅନୁଯାୟୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଭବିଷ୍ୟତ ସହଯୋଗର କ୍ଷେତ୍ର ଗୁଡ଼ିକର ସମୀକ୍ଷା କରାଯାଇଥିଲା। ତିନିବର୍ଷିଆ ଏହି ବୁଝାମଣା ପତ୍ର ର ଉଦ୍ଦେଶ୍ୟ ହେଉଛି୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ରଣନୀତି ମୂଳକ ବୈଷୟିକ ସହଯୋଗ ପ୍ରଦାନ କରିବା।
ଦି କନଭର୍ଜେନ୍ସ ଫାଉଣ୍ଡେସନ୍ ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରବୀଣଖାଙ୍ଗଠାଏ ବଂ ପଲିସି ଓ ଗଭର୍ଣ୍ଣମେଣ୍ଟ ପାର୍ଟନରଶିପ ର ନିର୍ଦ୍ଦେଶକ ଶ୍ରୀ ପରୀକ୍ଷିତ ଲୁଥ୍ରାଙ୍କ ସମେତ ଟିସିଏଫ୍ ସହଯୋଗୀ ସଂସ୍ଥା ଗୁଡ଼ିକର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ।
ବର୍ତ୍ତମାନ ଟିସିଏଫ୍ ର ସହଯୋଗୀ ସଂସ୍ଥା ଗୁଡ଼ିକ ରାଜ୍ୟ ସରକାରଙ୍କ ଶିଳ୍ପ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ମହିଳା ଓ ଶିଶୁ ବିକାଶ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପର୍ଯ୍ୟଟନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି ।ସେମାନଙ୍କର କାର୍ଯ୍ୟ ପରିସର ମଧ୍ୟରେ ସୁଶାସନ ସଂସ୍କାର, ଶିକ୍ଷା, ମହିଳା ସଶକ୍ତିକରଣ, ପର୍ଯ୍ୟଟନ, ଦକ୍ଷତା ବିକାଶ, ସହରୀ ସଂସ୍କାର, ମାନସିକ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ବିକଶିତ ଓ ଡ଼ିଶାଭିଜନ୍୨୦୩୬ ଓ ୨୦୪୭ରେ ସ୍ଥିର କରାଯାଇଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଟିସିଏଫ୍ ଓ ଏହାର ସହଯୋଗୀ ସଂସ୍ଥା ଗୁଡ଼ିକର ରଣନୀତି ମୂଳକ ବୈଷୟିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ସେ କହିଥିଲେଯେ, ସୁଦୃଢ ନିରୀକ୍ଷଣ ବ୍ୟବସ୍ଥା ସହିତ ପ୍ରାଥମିକତା କ୍ଷେତ୍ର ଗୁଡ଼ିକରେ ଲକ୍ଷ୍ୟ ଭିତ୍ତିକ ପଦକ୍ଷେପ ଦ୍ୱାରା ମାପଯୋଗ୍ୟ ଫଳାଫଳ ଏବଂ ସମୟ ସୀମା ମଧ୍ୟରେ ଅଗ୍ରଗତି ସୁନିଶ୍ଚିତ କରାଯାଇ ପାରିବ।
ବୈଠକରେ ଓଡ଼ିଶା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ବୃନ୍ଦ, ନିର୍ଦ୍ଦେଶକ, ପୌରପ୍ରଶାସନ, ସମାଜ ମଙ୍ଗଳ ନିର୍ଦ୍ଦେଶକା ଏବଂ ଯୋଜନା ଓ ସମନ୍ୱୟ ବିଭାଗସମେତବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ବରିଷ୍ଠ ପରାମର୍ଶଦାତା ଶ୍ରୀ ଦେବେନ୍ଦ୍ର କୁମାର ଜେନା ବୈଠକ ଆୟୋଜନରେ ସଂଯୋଜନା କରିଥିଲେ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
