ପ୍ରିୟନାଥଙ୍କ ସ୍ମୃତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ

ଭୁବନେଶ୍ୱର, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)-  ଶିଶୁ ଦିବସ ଅବସରରେ କଟକ ସ୍ଥିତ ଉତ୍ତମାପୁର ଆଚାର୍ଯ୍ୟ ହରିହର ବିଦ୍ୟାପୀଠ ପରିସରରେ ଅଞ୍ଚଳର ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ନିକୁଞ୍ଜ କିଶୋର ସ୍ବାଇଁଙ୍କ ପୃଷ୍ଟପୋଷତାରେ ଆୟୋଜିତ ହୋଇଥିଲା।  ପ୍ରଧାନ ଶିକ୍ଷୟତ୍ରୀ ନିହିରିକା ବଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡଃ. ନିରଞ୍ଜନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଜ୍ୟୋସ୍ନା ଦାସ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ସମାଜସେବୀ ବିଶ୍ବନାଥ ବେଉରା  ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *