ସାଲେପୁର,୦୭/୦୭/୨୦୨୬(ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ତହସିଲ ଓ କିଶନନଗର ତହସିଲ ର ବିଭିନ୍ନ ବାଲି ଘାଟରେ କଟକ ଜିଲ୍ଲାପାଳ ଚଢ଼ାଉ କରି ବେଆଇନ ଭାବେ ଜମାହୋଇଥିବା ପ୍ରାୟ ୪୫୦ ଟ୍ରିପ ବାଲି ଜବତ କରିଛନ୍ତି । ଏଥିସହ ଘାଟ ର ଗଡ଼ାକୁ ଜେସିବି ଲଗାଇ ତାଡି ଦେଇଛନ୍ତି । ଚିତ୍ରୋତ୍ପଳା ନଦୀ ର ସାନ୍ତପୁର ଓ ମହାନଦୀ ର କାଳିକାପୁର ଘାଟରେ ବେଆଇନ ବାଲି ଗଦା କୁ ଜବତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଭାଓ ସାହେବ ସିନ୍ଧେ । ନିଶ୍ଚିନ୍ତକୋଇଲି ବ୍ଲକ ଜନଶୁଣାଣୀ ବେଳେ ଅଭିଯୋଗ ପାଇ ତତ୍କାଳ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଚଢ଼ାଉ ବେଳେ ଖଣି ଅଧିକାରୀ, କିଶନ ନଗର ତହସିଲଦାର ଓ ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ ।

୪୫୦ଟ୍ରିପ ବେଆଇନ ଗଛିତ ବାଲି ଜବତ କଲେ ଜିଲ୍ଲାପାଳ
