ଜୁନାଗଡ଼,୨୩/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଆଜି ସତ୍ୟସାଇ ସେବାଦଳ ଦ୍ୱାରା ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସେବା ଦଳ ଦ୍ୱାରା ପ୍ରାତ ପାଞ୍ଚ ଘଣ୍ଟା ସମୟରୁ ୭ ଘଣ୍ଟା ପର୍ଯ୍ୟନ୍ତ ନଗର ସଂକୀର୍ତନ, ସକାଳ ୭ ଘଣ୍ଟା ରୁ ବେଦ ପାଠ, ଷୋଡଶ ଉପଚାର ପୂଜା, ନାମ ଜପ ଓ ସତ୍ୟ ସାଇ ବାବା ଙ୍କ ରଥ ନଗର ପରିକ୍ରମା କରିଥିଲା । ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବସ୍ତ୍ର ଦାନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।
ଜୁନାଗଡ଼ ତାଳବନ୍ଦ ପଡା ସ୍ଥିତ ସତ୍ୟ ସାଇ ମନ୍ଦିର ରେ ସନ୍ଧ୍ୟା ୫ ଘଣ୍ଟା ସମୟ ରେ ଦ୍ବୀପ ପ୍ରଜ୍ବଳନ, ଭଜନ, ସାଇ ସନ୍ଦେଶ ଓ ବାଳ ବିକାଶ ଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସତ୍ୟସାଇ ସେବା ଦଳ ର ସଭ୍ୟ ଦୁର୍ଗା ପ୍ରସାଦ ନାଏକ,ନଗରପାଳ ହିମାଦ୍ରୀ ନାଏକ, ରଞ୍ଜନ କୁମାର ଜାଲ, ବିଜୟ ପୁଝାରି, ରାଜକିଶୋର ସାହୁ, ହୃଦାନନ୍ଦ ପୁଝାରୀ,କନଭେନର ଅଇରି ଗଞ୍ଜନ ଦଣ୍ଡସେନା, ପ୍ରକାଶ ଘଡେଇ,ମୁକେଶ ଭଣ୍ଡାରଗରିଆ, କନ୍ଦର୍ପ ଗୁରୁ ବବ୍ଲୁ ସାହୁ, ସୁରେନ୍ଦ୍ର ଖିତି,ଅଞ୍ଜନ ଖିତି,ବଜରଙ୍ଗ ଅଗ୍ରୱାଲ, ଦିନେଶ ସିଂହଳ,ଭକ୍ତ ଭାଟି,ବଲାଜି ଯାଦବ, ବିଶେଶ୍ୱର ଭଣ୍ଡାରଘରିଆ।ଅନ୍ୟାନ୍ୟ ସେବାକାରୀ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବ୍ରାହ୍ମଣୀଗୁଡା ସତ୍ୟସାଇ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂଜକ ଭାବେ ସୁବାଷ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ, କର୍ତା ଭାବେ ଦୁତିକୃଷ୍ନ ପୂଝାରୀ ସପନ୍ତିକ ସାମିଲ ହୋଇଥିଲେ।ବସ୍ତ୍ରବଣ୍ଟନ ସମୟରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ, ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ଛତ୍ରୀଆ,ପ୍ରହଲ୍ଲାଦ ଶର୍ମା, ଅକ୍ଷୟ ସାହୁ, ଅକ୍ଷ ନାଗ, କିଶୋର ଧ ମାଝୀ, ଭୋଳା ମାଲିକ, ମନ ମାଲିକ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ନିର୍ବାହ କରିଥିଲେ।ସାନ୍ଧ୍ୟ ଭଜନ ଓ ଆଳତୀ ସମୟରେ ଶତାଧିକ ପୁରୁଷ ମହିଳା ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।
