ନିରାକାରପୁର ଅଂଚଳ ର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।ଆମରଣ ଅନଶନ ପାଇଁ ସମିତି ସଭ୍ୟାଙ୍କ ସଜବାଜ 

ନିରାକାରପୁର, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଂଚାୟତର ବିଭିନ୍ନ ସମସ୍ୟା ନେଇ ଲିଖିତ ଦାବି ପତ୍ର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି।୨୪ ଦଫା ଦାବି ପୂରଣ ନହେଲେ ଆସନ୍ତା ୧୧ ତାରିଖ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ    ବିଭିନ୍ନ ବ୍ୟକ୍ତି ବିଶେଷ ଓ ୱାର୍ଡ ମେମ୍ବରଙ୍କୁ ନେଇ ସମିତି ସଭ୍ୟା ଲୋପାମୁଦ୍ରା ଦାଶ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିବା ଜଣାପଡିଛି। ଦୀର୍ଘଦିନ ଧରି ସମସ୍ୟା ସଂପର୍କରେ ଅଭିଯୋଗ ହୋଇ ଆସୁଥିବା ବେଳେ ରାଜ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଦାବି ମଧ୍ୟରେ ୨୦୦ ବର୍ଷ ଧରି ବସବାସ କରୁଥିବା ନରେନ୍ଦ୍ରପୁର ସାହି କୁ ରାଜସ୍ବ ଗ୍ରାମ ର ମାନ୍ୟତା, ନିରାକାରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା, ରାମେଶ୍ବର ଠାରେ ଦମକଳ କେନ୍ଦ୍ର ଖୋଲିବା,ଝର ପୋଖରୀ ର ପୁନଃ ଉଦ୍ଧାର, ହାଟରେ ପିଣ୍ଡି ଘର ନିର୍ମାଣ,ମିନି ଷ୍ଟାଡିୟମ ସହ ଅତ୍ୟାଧୁନିକ ବ୍ୟାୟାମ ଶାଳା, କ୍ଷେତ୍ରବାସୀ ଡିଏଭି କଲେଜ ର ପୁନଃ ବିନ୍ୟାସ, ଜନସଂଖ୍ୟା ଭିତ୍ତିରେ ନିରାକାର ପୁର କୁ ବ୍ଳକ ମାନ୍ୟତା, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା, କପିଳେଶ୍ୱର ପୀଠ କୁ ପର୍ଯ୍ୟଟନ ସ୍ଥଳ ଘୋଷଣା କରିବା, ନିରାକାରପୁର ନାମରେ ଅନ୍ୟତ୍ର ଚାଲୁଥିବ ସରକାରୀ କାର୍ଯ୍ୟାଳୟକୁ ନିରାକାରପୁରରେ ଅବସ୍ଥାପିତ କରିବା, ହାତୀ ଉପଦ୍ରବ ରୁ ରକ୍ଷା ପାଇବା ପାଇଁ ଚାଷ ଜମିରେ ସୋଲାର ପଏଣ୍ଟି ସିଷ୍ଟମ କରିବା, ଫନି, ହୁଡୁ ହଡୁ ମହାବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ତୁରନ୍ତ ରହିଥିବା କ୍ଷତି ପୁରାଣ କରିବା ଭଳି ୨୪ ଦଫା ଦାବି ରହିଛି। ଆଜିର ପ୍ରେସ ମିଟ ରେ ସମିତି ସଭ୍ୟ।ଙ୍କ ପ୍ରତିନିଧି ଶୁଭମ ଦାଶ ଓ କିଛି ୱାର୍ଡ ମେମ୍ବର, ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *