ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ରେ ମାତ୍ର ୬୦ ଅଭିଯୋଗ

ନିଶ୍ଚିନ୍ତକୋଇଲି,୦୭/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ସମ୍ମିଳନୀ କକ୍ଷରେ ଜନ ଅଭଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଭାଓସାହେବ ସିନ୍ଧେ ଉପସ୍ଥିତ ଥିବା ଲୋକମାନଙ୍କର ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ। ବ୍ଲକ ର ୪୧ ଟି ପଞ୍ଚାୟତ ରୁ ମାତ୍ର ୬୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ବ୍ଲକ ପ୍ରଶାସନ ର ଦାଇତ୍ୱହୀନତା ତଥା ଆବଶ୍ୟକ ପ୍ରଚାର ପ୍ରସାର ଅଭାବରୁ ଏହି ସ୍ୱଳ୍ପ ସଂଖ୍ୟକ ଅଭିଯୋଗ ଆସିଥିବା କୁହାଯାଉଛି ।

ଅଭିଯୋଗ ମଧ୍ୟରେ ବାଲିଘାଟ ସଂକ୍ରାନ୍ତୀୟ ଅଭିଯୋଗ ପାଇ ବ୍ଲକ ର ବାଲିଘାଟ ଗୁଡିକୁ ଜିଲ୍ଲାପାଳ ପରିଦର୍ଶନ ରେ ଯାଇଥିଲେ । ଏହି ଶିବିରରେ ଏସ ପି ବିନୀତ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ କମଳଜୀତ ଦାସ, ଉପ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ଆହତ ସାମ୍ବାଦିକଙ୍କ ପିତାମାତା ପହଂଚି ମୁଖ୍ୟ ଅଭିଯୁକ୍ତ କୁ ତୁରନ୍ତ ଗିରଫ କାରିବାକୁ ନିବେଦନ କରିଥିଲେ । ଏସ ପି ବାକି ଆଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *