ନିଶ୍ଚିନ୍ତକୋଇଲି ୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ସାଢେ଼ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଶେଷ ହୋଇଛି । ଚଳିତ ମାସ ଜାନୁୟାରୀ ୧୭ ତାରିଖରେ ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେବା ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାରଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଂଚାୟତରେ ଜଗନ୍ନାଥ ପ୍ରେମୀ ମାନେ ପ୍ରତ୍ୟେକ ଗ୍ରାମର କୋଣ ଅନୁକୋଣରେ ଜଗନ୍ନାଥଙ୍କ ରଥ ଅନୁରୂପ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ନିଜକୁ ଜଗନ୍ନାଥଙ୍କ ସେବାରେ ହଜାଇ ଦେଇଥିଲେ । କଳାମିଶ୍ରୀ ପଂଚାୟତ ସରପଞ୍ଚ ଅନନ୍ତ କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଅର୍ପଣ ରଥ ଗ୍ରାମ ପରିକ୍ରମା କରିଥଲା ବେଳେ ସମାଜସେବୀ ପ୍ରମୋଦ କୁମାର ନାୟକ ପିଇଓ଼ ଦିଲ୍ଲୀପ କୁମାର ମହାନ୍ତ ଓ଼ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ସାନ୍ତପୁର ପଂଚାୟତରେ ଦୁଇଟି ଅର୍ପଣ ରଥ ପରିକ୍ରମା କରୁଥିବା ଦେଖିବାକୁ ମିଳିଥିଲା । ବିଧାୟକଙ୍କ ପ୍ରତିନିଧି ଯୁବ ନେତା ନୃସିଂହ ଚରଣ ମୁଦୁଲି ଓ଼ ଗ୍ରାମବାସୀଙ୍କ ମିଳିତ ଏକ ଅର୍ପଣ ରଥ ସାନ୍ତପୁର ପଂଚାୟତର ଜଳଦିଆ, ରହଂସ, ମାଣିକପୁର ଆଦି ଗ୍ରାମ ପରିକ୍ରମା କରିଥିଲା ବେଳେ ସରପଞ୍ଚ ରମାକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏକ ଅର୍ପଣ ରଥ ଗ୍ରାମ ପରିକ୍ରମା କରିଥିଲା । ଏଥିରେ ପଂଚାୟତର ଲୋକପ୍ରତିନିଧି, ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ନଗସପୁର ପଂଚାୟତରେ ସରପଞ୍ଚ ପୁଷ୍ପଲତା ମଲିକଙ୍କ ସଂଯୋଜନାରେ ଅର୍ପଣ ରଥ ଗ୍ରାମ ପରିକ୍ରମା କରିଥିଲା । ଏଥିରେ ସମିତି ସଭ୍ୟ ଦେବେନ୍ଦ୍ର ନାଥ ବେହେରା, ସରପଞ୍ଚ ପ୍ରତିନିଧି ବିଜ୍ଞାନ ମଲିକ, ନାୟବ ସରପଞ୍ଚ ସେକ ତସୂନ ଅଲ୍ଲୀ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଇସାଣି ବରହମପୁର ପଂଚାୟତରେ ସରପଞ୍ଚ ସୁଶାନ୍ତ ସେଠିଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅର୍ପଣ ରଥ ଗ୍ରାମ ପରିକ୍ରମା କରିଥିଲା କ୍ଷ ଏଥିରେ ପଂଚାୟତର ସମିତି ସଭ୍ୟ, ୱାର୍ଡ ସଭ୍ୟସଭ୍ୟା ଓ଼ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ କ୍ଷ ଏହି ଭବ୍ୟ ଅର୍ପଣ ରଥ ଗ୍ରାମ ପଞ୍ଚାୟତର କୋଣ ଅନୁକୋଣରେ ପରିକ୍ରମା କରୁଥିଲା ବେଳେ ଗ୍ରାମପଞ୍ଚାୟତର ଆବାଳ, ବୃଦ୍ଧ, ବନିତା ଉପସ୍ଥିତ ରହି ଧୁପ,ଦ୍ଵିପ,ପୁଷ୍ପ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ମହାପ୍ରଭୁଙ୍କୁ ଅକ୍ଷତ ଚାଉଳ ଓ ଗୋଟାଗୁଆ ଅର୍ପଣ କରିଥିଲେ।