ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ଶୋକ

ଭୁବନେଶ୍ୱର, ୨୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ର ପୂର୍ବତନ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି ଯେ ଭାରତ ର ପୂର୍ବତନ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହଜୀ ଙ୍କ ର ନିଧନ ରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଆଜି ଭାରତ ମାତା ତାର ଏକ ସୁଯୋଗ୍ୟ ସନ୍ତାନ କୁ ହରେଇଲା, ଦେଶ କୁ ଦେଖାଇଥିବା ସେ ଦିଗ ଦର୍ଶନ ସଦା ସର୍ବଦା ଆମ ସମସ୍ତ ଭାରତୀୟ ମାନଙ୍କ ହୃଦୟ ରେ ଗଭୀର ଛାପ ହୋଇ ରହିବ, ଅତ୍ୟନ୍ତ ବିଚକ୍ଷଣ ଅର୍ଥନୀତିଜ୍ଞ ରୂପେ ସର୍ବଦା ସେ ମନେ ରହିବେ। ଆପଣ ଙ୍କ ଅମର ଆତ୍ମା କୁ ଶାନ୍ତି ମିଳୁ। ଓଁ ଶାନ୍ତି!

https://x.com/KVSinghDeo1/status/1872349280905896347https://x.com/KVSinghDeo1/status/1872349280905896347

Leave a Reply

Your email address will not be published. Required fields are marked *