ଭିତ୍ତିଭୂମି ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ  କ୍ଷମତାପ୍ରାପ୍ତ କମିଟିର ୬୨ତମ ବୈଠକଅନୁଷ୍ଠିତ

ଭୁବନେଶ୍ୱର,//୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭିତ୍ତିଭୂମି ଉନ୍ନତିକରଣ ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ  କ୍ଷମତାପ୍ରାପ୍ତ କମିଟିର ୬୨ତମ ବୈଠକ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ  ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗଙ୍କ ସମେତକମିଟିର ସଦସ୍ୟ ରହିଥିବା  ବିଭିନ୍ନ ବିଭାଗର  ସଚିବମାନେ ଉପସ୍ଥିତ ଥିଲେ ।

          ଅର୍ଥ ବିଭାଗ ତରଫରୁ ଆହୂତ ଏହି ବୈଠକରେ ଗତ ୨୦୨୩ସେପ୍ଟେମ୍ବର ୨୫ତାରିଖ, ଡିସେମ୍ବର୧୯ତାରିଖ ଏବଂ ୨୦୨୪ ମାର୍ଚ୍ଚ୪ ତାରିଖରେ ଅନୁଷ୍ଠିତ କମିଟିର ଯଥାକ୍ରମେ ୫୯ତମ, ୬୦ ତମ ଏବଂ ୬୧ ତମ ବୈଠକରେ ହୋଇଥିବା ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ସଂପର୍କରେ ବିବରଣୀ ଉପସ୍ଥାପନ କରାଯାଇଥିଲା । ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ, କୃଷି ବିଭାଗ,  ଶକ୍ତି, ଜଙ୍ଗଲ ଓ ପରିବେଶ ବିଭାଗ,  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଆଦି ସଂପର୍କିତ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପ୍ରସ୍ତାବ,  କାର୍ଯ୍ୟାନ୍ୱୟନ ସ୍ଥିତିରେ ଥିବା ପ୍ରକଳ୍ପଗୁ଼ଡ଼ିକର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବା ସହ ପରବର୍ତ୍ତୀ  ପଦକ୍ଷେପ  ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *