ଡାକ୍ତର ମନୋଜ କୁମାର ମହାନ୍ତି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

 ଭୁବନ,୦୨/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଲୋକ ଙ୍କୁ ଉନ୍ନତ ମାନର ସେବା ଯୋଗାଇ ଆସୁଥିବା ଡାକ୍ତର ମନୋଜ କୁମାର ମହାନ୍ତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଡ଼କ୍ଟର୍ସ ଡେ ଅବସରରେ ଡାକ୍ତରଖାନା ପରିସରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଡାକ୍ତର ସଂଜୀବ କୁମାର ଦାସ , ଡାକ୍ତର ଆନନ୍ଦିତା ପରିଡା , ଡାକ୍ତର ସୁଧାସ୍ମୃତି ମିଶ୍ର , ଡାକ୍ତର ଦେବୀଦତ୍ତ ପାତ୍ର, ଡାକ୍ତର କସ୍ତୁରୀ ରମଣ ସିଂ ଓ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଡାକ୍ତର ମହାନ୍ତି ଙ୍କ କର୍ମମୟ ଜୀବନ ସହିତ ତାଙ୍କର ରୋଗୀସେବା,ଉତ୍ତମ ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ।

ଡାକ୍ତର ମହାନ୍ତି ମଧ୍ୟ ବିଦାୟୀ ଅଭିଭାଷଣରେ ଡାକ୍ତରଖାନାର ସମସ୍ତ ଡାକ୍ତର,ଷ୍ଟାଫ୍ ନର୍ସ,କର୍ମଚାରୀ ଙ୍କ ସମେତ ଭୁବନ ଜନ ସାଧାରଣଙ୍କ ଆତ୍ମୀୟତା ସକାଶେ ଉଚ୍ଚ ପ୍ରଶଂସା କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବିଦାୟୀ ଡାକ୍ତର ମହାନ୍ତି ଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *