ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ପକ୍ଷରୁ ବନ୍ଧୁମିଳନ 

କଟକ ସଦର,୨୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ଅନୁବନ୍ଧିତ କଟକ ଜିଲ୍ଲା ମିନିଟ୍ରକ ମାଲିକ ସଂଘ ଓ କଟକ ସଦର ମିନିଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଶୁକ୍ରବାର ଦିନ କଟକ ସଦର ଅନ୍ତର୍ଗତ ଵୈୟାଳିସ ମୌଜା ବ୍ରହ୍ମପୁର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ବିଶ୍ୱଜିତ୍ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ୍ରାଇଭର ମାନଙ୍କ ଦକ୍ଷ ଗାଡ଼ି ଚାଳନା ପାଇଁ ମାଲିକ ମାନଙ୍କର ନୈତିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜୟ ଭାରତ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ଭାରତ ମସଲା ର ନିର୍ଦେଶକ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ସଂଘର ଏକତା ଉପରେ କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ସଭାପତି ଗଣେଶ ତାହାରି,ଉପ ସଭାପତି ପ୍ରଶାନ୍ତ ପଟ୍ଟନାୟକ, ସଂପାଦକ ରୂପେଶ ପାଣିଗ୍ରାହୀ, ବରିଷ୍ଠ ଉପଦେଷ୍ଟା ଶ୍ରୀକାନ୍ତ ଜେନା, କଟକ ଜିଲ୍ଲା ସଭାପତି ରାଜେଶ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ବୈକୁଣ୍ଠନାଥ ଲେଙ୍କା, ସଂପାଦକ ଚିନ୍ମୟ ଦେବତା ପ୍ରମୁଖ ଯୋଗ ଦେଇ ସଂଘକୁ ଆଗାମୀ ଦିନରେ ବଳିଷ୍ଠ କରିବାକୁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସେଠାରେ ସଂଘର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *