ତିଗିରିଆ,୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ସାଧାରଣ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ତଥା ବିଧବା ମାନେ ଦୀର୍ଘ ୩ ମାସ ଧରି ଭତା ନପାଇବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସଫ୍ଟୱେୟାର କାର୍ଯ୍ୟ ଚାଲୁଥିବାରୁ ଆକାଉଂଟ ଧାରି ହିତାଧିକାୀମାନଙ୍କ ଆକାଉଂଟକୁ ଭତା ଟଙ୍କା ଆସିପାରୁନାହିଁ । ଏଥିପାଇଁ ବିଜେଡି ଓ କଂଗ୍ରେସ ମିଳିତ ଅନୁକୁଲ୍ୟରେ ହିତାଧିକାରୀମାନେ ପଂଚାୟତ ସମିତି କାର୍ଯ୍ୟାଳୟ
ଆଗରେ ଗଣ ଧାରଣା ଦେଇଥିଲେ । ସେମାନଙ୍କ ଦାବିଗୁଡିକ ଥିଲା ସମସ୍ତ ହିତାଧିାରୀମାନଙ୍କୁ ବକେୟା ଭତା ଟଙ୍କା ପ୍ରଦାନ, ଭତା ପ୍ରଦାନ ପ୍ରକ୍ରିୟାକୁ ସରଳ ଓ ସମୟ ବଦ୍ଧି କରିବା ଓ ଏହାର ସ୍ଥାୟୀ ସମାଧାନ କରିବା । ଏଥିପାଇଁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏବିଡିଓ ଯଜ୍ଞସିନି ଗୋଛାୟତଙ୍କୁ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ବ୍ଲକ ସଭାପତି ସୋମନାଥ ଦାସ, ପଂଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ନାୟକ , ଜିଲା ପରିଷଦ ସଦସ୍ୟ ସଞ୍ଜୟ କୁମାର ମଲ୍ଲିକ ଓ ସସ୍ମିତା ରାଉତ,ସରପଂଚ ସର୍ବଶ୍ରୀ ପ୍ରତାପ କୁମାର ଜେନା,ନିରଞ୍ଜନ ଦଳେଇ ,ପ୍ରଶାନ୍ତ କୁମାର ରାଉତଙ୍କ ସମେତ ଅନେକ ଲୋକ ପ୍ରତିନିଧି ଓ ବିଜେଡି କଂଗ୍ରେସ କର୍ମୀ ମାନେ ନେତୃତ୍ୱ ନେଇଥିଲେ । ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣ ଧାରଣାରେ ସାମିଲ ହୋଇଥିଲେ ।
