କଟକ ସଦର , ୨୦/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା ତତ୍କାଳୀନ ବିରିଡ଼ି ବ୍ଲକ୍ ଅଧୀନସ୍ଥ ଅବିଭକ୍ତ ଯଶପଡା ପଞ୍ଚାୟତର ପୂର୍ବତନ (ଦୁଇଥର) ସରପଂଚ ଭାସ୍କର ପରିଡ଼ାଙ୍କର ୭୭ ବର୍ଷ ବୟସରେ ଆଜି ରବିବାର ଦିନ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ପରଲୋକ ଘଟିଛି। ସିଏ ଜଣେ ଜଣାଶୁଣା କଂଗ୍ରେସ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ଜଣେ ଅମାୟିକ, ପରୋପକାରୀ, ମିଷ୍ଟଭାଷୀ ଓ ସମାଜସେବୀ ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅବିଭକ୍ତ ଯଶପଡା ପଞ୍ଚାୟତର ପୂର୍ବତନ ସରପଂଚ ଭାସ୍କର ପରିଡ଼ାଙ୍କ ପରଲୋକ,ଶୋକର ଛାୟା
