ଟାଙ୍ଗୀ:ନିଳାମ୍ବୁ ମହୋତ୍ସବ ଷଷ୍ଟ ରଜନୀ ପୁଣି ପୁରୁଲିଆ ଛଉ ନୃତ୍ୟ ମନ କିଣିଲା।

ଟାଙ୍ଗୀ,୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମ ରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ର ଷଷ୍ଟ ଦିବସ ରେ ଭରପୁର ଦର୍ଶକ ପଶ୍ଚିମବଙ୍ଗ ପୁରୁଲିଆ ର ଗଣେଶ ଝୋ ଡ୍ୟାନ୍ସ ,କଳାହାଣ୍ଡି ର ମୃନମୟି ସାଂସ୍କୃତିକ ସମାଜ ର ଚୁଟକୁଚୁଟା ଡ୍ୟାନ୍ସ ଦର୍ଶକ ଙ୍କୁ ସେମାନଙ୍କର କଳାଚାତୁରି ମନ୍ତ୍ରମୁଗଧ କରିବା ସହିତ ପ୍ରତିତ୍ବରେ ଦର୍ଶକ ଙ୍କ କରତାଳି ବେସ ଉତ୍ସାହିତ କରିଥିଲା। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମହୋତ୍ସବ ର ଜନକ ତଥା ପୂର୍ବତନ ଖୋର୍ଧା ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ,ତାପଙ୍ଗ ଦଳବେହେରା ସ୍ମୃତି କମିଟି ର ସଭାପତି ଇଂଜିନିୟର ଶିଶିର ନାୟକ, ଟାଙ୍ଗୀ ଅତିରିକ୍ତ ତହସିଲଦାର ନିହାର ରଂଜନ ବେହେରା ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଂଘ ସଂପାଦକ ମନୋଜ କୁମାର ପଟନାୟକ,ପ୍ରବକ୍ତା ସରୋଜ କୁମାର ପାଇକରାୟ,ସନ୍ଦିପନି ମିଶ୍ର,ରାମଚନ୍ଦ୍ର ପରିଡା,ମନୋଜ ନାଇଡୁ,ପ୍ରଦିପ୍ କୁମାର ସାହୁ ପ୍ରମୂଖ। ଉଦଘୋଷକ ଭାବେ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ସଂପାଦନା କରିଥିଲେ। ବିଭିନ୍ନ ଷ୍ଟଲ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ବେସ ଭିଡ ଦେଖିବାକୁ ମିଳିଥିଲା।ଏହି ଦିବସରେ ମଧ୍ୟ ଅଞ୍ଚଳ ରୁ ଆସିଥିବା ବିଭିନ୍ନ ସରକାରୀ ,ବେସରକାରୀ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *