କଟକ ସଦର,୧୭/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ନିର୍ଵାଚିତ ହୋଇଥିବା ସମସ୍ତ ଛାତ୍ର ପ୍ରତିନିଧି ମାନେ ଆଜି ଶନିବାର ଦିନ ୪୨ ମୌଜା ଠାରେ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ପ୍ରଫେସର ମନୋଜ ନାୟକଙ୍କୁ ସୌଜନ୍ୟମୁଳକ ସାକ୍ଷାତ କରିଥିବା ଜଣାପଡିଛି। ଏହି ଅବସରରେ ପ୍ରଫେସର ନାୟକ ନିର୍ଵାଚିତ ଛାତ୍ର ସଂସଦ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ଵବର୍ଦ୍ଧିତ କରି ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏଥିସହିତ ଛାତ୍ର ନେତା ମାନଙ୍କ ସହିତ ଆସିଥିବା ତଥା ନିର୍ଵାଚନରେ ନିରବଚ୍ଛିନ୍ନ ଉଦ୍ୟମ କରିଥିବା ପୂର୍ବତନ ଛାତ୍ର ନେତା ଇଜାଜ୍ ଖାଁ,ଅମିତାଭ ମହାପାତ୍ର, ପ୍ରଶାନ୍ତ ମଲ୍ଲିକ, ଅବିନାଶ ବୋଷ,ରଶ୍ମି ରଞ୍ଜନ ପ୍ରମୁଖ ଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଭାପତିଙ୍କୁ ଭେଟିଲେ ନେମାଳ କଲେଜ ର ସମସ୍ତ ନିର୍ଵାଚିତ ଛାତ୍ର ପ୍ରତିନିଧି।
