କଟକ ସଦର,୦୨/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ମନ୍ଦିର ପରିସରରେ ଥିବା ସର୍ବପୁରାତନ ଶ୍ରୀ ଶ୍ରୀ ହଂସନାଥ ରାମଲୀଳା ପ୍ରଚାର ପ୍ରସାର ସମିତି ର କାର୍ଯ୍ୟାଳୟ ଗୃହ ଏବେ ଜରାଜୀର୍ଣ୍ଣ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାଯାଇଛି। ଅସରାଏ ବର୍ଷାରେ ଛାତରୁ ପାଣି ଗଳିଵା ସହିତ ଆଜି ଗୁରୁବାର ଦିନ ତାଜା ଭାଙ୍ଗି ପଡ଼ିଛି।

ଏଥିରେ ତାଜା ତଳେ ଥିବା ଗାଡିଗୁଡିକ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି। ସେଥିରେ ଆଗକୁ ଶ୍ରାବଣ ମାସରେ ହେବାକୁ ଥିବା ପାରମ୍ପରିକ ରାମଲୀଳା ର ରିହରସେଲ କିପରି ଓ କେଉଁଠି ହେବ ତାକୁ ନେଇ ସମିତିର ସଭ୍ୟମାନେ ଚିନ୍ତା ରେ । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ଘର ତିଆରି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କୁ ସମିତିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ନିବେଦନ କରିଛନ୍ତି।
