ତେଲ ନଦୀ ଉପରେ ନିର୍ମାଣ ହେବ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର
ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି
ଭୁବନେଶ୍ୱର,୦୨/୦୭/୨୦୨୬(ଓଡ଼ିଶା ସମାଚାର)-ରାଜ୍ୟ ସରକାର ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଏହାର ପ୍ରମୁଖ କଲ୍ୟାଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧ ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଏବେ ପୂର୍ଣ୍ଣାଙ୍ଗ ରୂପରେ ଚାଲିଛି ।
୫ବର୍ଷ ମୋଟ ୪,୨୨୪.୪୬ କୋଟି ଟଙ୍କା ବ୍ୟୟ ହେବ ଓ ୫୭.୪୧ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । କଳାହାଣ୍ଡି ଜିଲାରକେଶିଙ୍ଗା ବ୍ଲକ୍ ଅନ୍ତର୍ଗତ ଅମାଠ ଗ୍ରାମ ନିକଟରେ ମହାନଦୀର ଉପ ନଦୀ, ତେଲ ଜଳାଶୟ (ଇନ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର) ନିର୍ମାଣ ହେବ । ଟ. ୨୫୬,୭୧, ୮୮,୪୪୩.୦୦ (ଦୁଇଶହ ଛପନ କୋଟି ଏକସ୍ତରୀ ଲକ୍ଷ ଅଠାଅଶି ହଜାର ଚାରିସହ ତେୟାଳିଶ ଟଙ୍କା) ଟେଣ୍ଡରଟିକୁ ଅନୁମୋଦନ କରାଯାଇଛି । ପିଡିଏସ୍ ଦୋକାନମାନଙ୍କରେ ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତିରେ ନିୟୋଜିତ କରିବାର ସମୟ ସୀମା ୩୧ ମାର୍ଚ୍ଚ ୨୦୨୬ ଦିନ ସମାପ୍ତ ହୋଇ ସାରିଛି । ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆସନ୍ତା ୩୦.୦୯.୨୦୨୬ ପର୍ଯ୍ୟନ୍ତ ପୁନଃ ବର୍ଦ୍ଧିତ କରାଯିବାକୁ କ୍ୟାବିନେଟ ନିଷ୍ପତି ନେଇଛି । ସେହିପରି ଭୁବନେଶ୍ୱର ଜୟଦେବ ବିହାରରୁ ନନ୍ଦନକାନନ ୮ ଲେନ ବିଶିଷ୍ଟ ରୋଡ ୨ ବର୍ଷରେ ଶେଷ ହେବ ଓ ଏଥିଲାଗି ୫୭୯କୋଟି ଟଙ୍କା ଖର୍ଚ୍ଚ ହେବ ।
