ମୋବିଲ ଟ୍ୟାଙ୍କର ଓ ଯୋତା ବୋଝେଇ କଣ୍ଟେନର ଦ୍ଵାରଶୁଣୀ ଘାଟି ତଳକୁ ଓଲଟି ପଡ଼ିଲେ

ଦୁଇ ଟ୍ରକ ଘଟଣାସ୍ଥଳରେ ହୁ ହୁ ହୋଇ ଜଳିଲେ :୨ ଡ୍ରାଇଭରଙ୍କ ମୃତ୍ୟୁ
ବାଙ୍ଗିରିପୋଷି, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)- ମୟୁରଭଞ୍ଜ ଜିଲ୍ଲା ଦ୍ଵାରଶୁଣୀ ପିଛା ଛାଡୁ ନାହିଁ ଦୁର୍ଘଟଣା। ଏଠାରେ ପ୍ରାୟ ଦୁର୍ଘଟଣା ଘଟି ଚାଲିଛି। ଘାଟି ରାସ୍ତା ପ୍ରସସ୍ତିକରଣ ନ ହେବା ଯୋଗୁଁ ଅକାରଣେ ଚାଲି ଯାଉଛି ମୁହୂର୍ତକେ ମୁଲ୍ୟ ବାନ ଜୀବନ। ଗୁରୁବାର ସକାଳ ସମୟରେ ଦ୍ଵାରଶୁଣୀ ଘାଟି ର ଶେଷ ବାଙ୍କରେ ଆଗପଛ ହୋଇ ଡବ୍ଳୁବି ୧୯ଏଫ ୯୦୫୯ ମୋବିଲ ବୋଝେଇ ଟ୍ୟାଙ୍କର ଓ ଏଚ ଆର ୪୭ସି ୩୬୮୧ ଯୋତା ବୋଝେଇ କଣ୍ଟେନର ଯାଉଥିବା ବେଳେ ଦୁର୍ଘଟଣା ଘଟି ଓଲଟି ପଡ଼ି ଦୁଇ ଟି ଟ୍ରକ ଜଳିବା ସହିତ ଦୁଇ ଡ଼୍ରାଇଭର ମଧ୍ୟ ଜଳି ଯାଇଛନ୍ତି। ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଦୁଇଟି ଟ୍ରକ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *