ସାଲେପୁର,୦୪/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ତିଲୋତ୍ତମା ଙ୍କର କଟକ ଏସ ସି ବି ରେ ଚିକିତ୍ସା ଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉଲ୍ଲେଖ ନୀୟ ଯେ,କଟକ ଜିଲା ସାଲେପୁର ବ୍ଲକ ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗ୍ରାମରେ ମଙ୍ଗଳବାର ବନ୍ଦ ଘରଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।
ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ସାଲେପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗ୍ରାମର ଅଜୟ ରାଉତ ଙ୍କ ପତ୍ନୀ ତିଲୋତ୍ତମା ରାଉତ(୫୨)ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗ୍ରାମର ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେହେଁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଥିଲା ।ଏଥି ନେଇ ସାଲେପୁର ପୋଲିସ ତଦନ୍ତ କରୁଛି ।
