ଭୁବନେଶ୍ୱର,୦୧/୦୭/୨୦୨୬(ଓଡ଼ିଶା ସମାଚାର)- ବନ ମହୋତ୍ସବ ସପ୍ତାହ ଓ ଡାକ୍ତର ଦିବସ ପାଳନ ଅବସରରେ ସବୁଜ ଭାରତ ତରଫରୁ ଆଜି ଭୁବନେଶ୍ୱର ବାଙ୍କୁଆଳ ଗ୍ରାମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତନ ଏବଂ ଏହାର ପ୍ରତିକାର ପାଇଁ କେବଳ ବୃକ୍ଷରୋପଣ ସହ ଉତମ ପରିବେଶ ସୃଷ୍ଟି କରିବା ବର୍ତମାନ ସମାଜ ଓ ବିଶ୍ୱ ପାଇଁ ନିତାନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଯ୍ୟଭଟ୍ଟ ମହାନ୍ତି ମତପ୍ରକାଶ କରିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଆବଶ୍ୟକ ପଡ଼ିଲେ ଆହୁରି ଅନେକ ବୃକ୍ଷ ରୋପଣ କରାଯାଇ ଏକ ସୁସ୍ଥ ପରିବେଶ ଗଠନ କରାଯିବ । ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତନ ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିବା ସହିତ ଆମ୍ବ, ନିମ୍ବ, ବଉଳ, କରଞ୍ଜ ସହିତ ବିଭିନ୍ନ ଫୁଲଗଛ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତୃପ୍ତିମୟ ହରିଚନ୍ଦନ, ଅଳକା ମହାନ୍ତି, ସଭାପତି ସତ୍ୟବ୍ରତ ଜେନା, ଅନ୍ନପୂର୍ଣ୍ଣା ରାଉତ, ଝରଣା ପଣ୍ଡା, ରଶ୍ମିତା ଜୟସିଂହ, ଶୁଭକାନ୍ତ ବେହେରା, ଅଂଶୁମାନ ସାହୁ, ନବଘନ ଦାସ, ମନୋରଞ୍ଜନ ନାୟକ, କାହ୍ନୁଚରଣ ମହାରଣା, ହେମନ୍ତ କୁମାର ମୁଦୁଲି, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
