କଟକ ସଦର, ୧୩/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କୃଷକ ସେବା ସମବାୟ ସମିତି ପକ୍ଷରୁ ଅନୁଷ୍ଠିତ ଧାନ ମଣ୍ଡି କୁ ଆଜି (ଗୁରୁବାର ଦିନ) ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପରିଦର୍ଶନ କରି ରାଜ୍ୟ ସରକାରଙ୍କ ବ୍ୟବସ୍ଥିତ ଵ୍ୟଵ୍ୟସ୍ଥା ଉପରେ ତଦାରଖ କରିଥିଲେ ।
ଏଥିରେ ତାଙ୍କ ସହିତ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା କନ୍ଦରପୁର ସମିତିର ପୂର୍ବତନ ସଭାପତି ହୃଷିକେଶ ଜେନା, ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଜିତେନ୍ଦ୍ର କୁମାର ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା କନ୍ଦରପୁର ସମିତିର ପୂର୍ବତନ ସଭାପତି ପ୍ରତିଭା ଶତପଥୀ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୁଶ୍ରୀ ଅମିତା କର, ଦୀପ୍ତି ରଞ୍ଜନ ଜେନା, ଗୋକୁଳ ଚନ୍ଦ୍ର ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ଅଭୟ ସ୍ୱ।ଇଁ,ଯୋଗୀ ଯୋଗେନ୍ଦ୍ର ନାଥ, ନିରଞ୍ଜନ ରାଉତ, ଅଜିତ କୁମାର ବେହେରା, ଅନନ୍ତ ସେଠୀ ସୁବାଷ ଜେନା ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଓ ଚାଷୀ ଉପସ୍ଥିତ ଥିଲେ।