କଟକ ସଦର, ୨୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ବୁଧବାର ଅପରାହ୍ନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ‘ଵିକାଶର ଧାରା ଓଡ଼ିଶା ସାରା’କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସରପଂଚ ରତ୍ନାକର ରାଉତଙ୍କ ପୈ।ରୋହିତ୍ୟରେ ଆୟୋଜିତ ସୁଭଦ୍ରା ମେଳାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ପଞ୍ଚାୟତରେ ଦୁଇବର୍ଷ ରେ ହୋଇଥିବା ଓ ଆଗାମୀଦିନରେ ହେବାକୁ ଥିବା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ପ୍ରଶାନ୍ତ କୁମାର ସାମଲ, ଡ଼ଃ ଶୁଭାଶିଷ ସତପଥି,ଯୋଗାଣ ଅଧିକାରୀ ଦେଵୀ ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପଞ୍ଚାୟତର ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଓ ସର୍ବେଶ୍ଵର ମିଶ୍ରଙ୍କ ସମେତ କେତେକ ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ପରିଚାଳନାରେ ବିଶ୍ୱଜିତ୍ ବାଡ଼ି, ବିଶ୍ୱଜିତ୍ ସତପଥି,ଗଗନ ସେଠୀ, ଅଶୋକ ରାଉତ, ନୃସିଂହ ବେହେରା ପ୍ରମୁଖ ସହାୟତା କରିଥିଲେ ।
