କନ୍ଦରପୁର ଧାନ ମଣ୍ଡି ଖୋଲିଲା

ଉଦଘାଟନ କଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର, ୧୦/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ସମିତି ଅଧିନସ୍ଥ ଅଗ୍ରଣୀ କନ୍ଦରପୁର କୃଷକ ସେଵା ସମବାୟ ସମିତି ପକ୍ଷରୁ ଆଜି ଶନିବାର ଦିନ ସମିତି ପରିସରରେ ଧାନ ମଣ୍ଡି କୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି।

ଉକ୍ତ ମଣ୍ଡିରେ କନ୍ଦରପୁର, ଆୟତପୁର ଓ ଫକିରପଡା ପଞ୍ଚାୟତର ୭ ଶହ ଜଣ ଚାଷୀ ଚଳିତବର୍ଷ ୨୦ ହଜାର କୁଇଣ୍ଟାଲ ଧାନ ଉକ୍ତ ମଣ୍ଡିରେ ଦେବାକୁ ଥିବା ବେଳେ ଆଜି ଉଦଘାଟନ ଦିବସରେ ୪ ଜଣ ଚାଷୀ ୨୫୦ କୁଇଣ୍ଟାଲ ଧାନ ଦେଇଥିବା ଜଣାପଡିଛି।

ଆଜିର ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ରାଜୀବ କୁମାର ପରିଡ଼ା ଙ୍କ ସମେତ ପୂର୍ବତନ ସଭାପତି ହୃଷିକେଶ ଜେନା, ସରପଂଚ ସୁଭାଷିନୀ ରାଉତ, ପୂର୍ବତନ ସରପଂଚ ପ୍ରମୋଦ ରାଉତ, ପୂର୍ବତନ ସରପଂଚ ଯୋଗେନ୍ଦ୍ର ଭୋଇ, ନିରଞ୍ଜନ ରାଉଳ, ନିମାଇଁ ମହାପାତ୍ର,ଅଭୟ ସ୍ୱାଇଁ, ଅକ୍ଷୟ ଜେନା, ଶୁଭାଶିଷ ଜେନା, ଚନ୍ଦ୍ର ଶେଖର ମଲିକ,ହିତ ପ୍ରକାଶ ପରିଡା ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ। ଶେଷରେ ସମିତି ର ସଂପାଦକ ଧିରେନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *