ପୂର୍ବତନ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ବର୍ଷ ଜେଲ

କେନ୍ଦ୍ରାପଡ଼ା, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୂର୍ବତନ ବହୁମୂଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରାହାସ ବିହାରୀ ମହାନ୍ତିଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେ ଏକ ମୃତୁ୍ୟ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱରା ଗିରଫ ହୋଇ ଜେଲ ଯାଇଥିଲେ ।

ଏ ନେଇ ଭିଜିଲାନ୍ସ ଥାନାରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଥାନା ଏହି ମାମଲାରେ ଭିଜିଲାନ୍ସ କୋର୍ଟରେ ଅଭିଯୋଗଫର୍ଦ୍ଧ ଦାଖଲ କରିବା ପରେ ତାଙ୍କ ବିରୁଦ୍ଧରେ ବିଚାର ଚାଲିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତିକରି ଭିଜିଲାନ୍ସ କୋର୍ଟ ବିଚାରପତି ପୂର୍ବତନ ବହୁମୂଖୀ ସ୍ୱାସ୍ଥ୍୍ୟକର୍ମୀ ରାହାସ ବିହାରୀ ମହାନ୍ତିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରବା ସହ ସହ ଜୋରିମାନା ଦଣ୍ଡ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *