ଅଁଳା ନବମୀରେ ରାଧା ଦେବୀଙ୍କ ଇହଲୀଳା ସମ୍ବରଣ 

ମାହାଙ୍ଗା ୩୧/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ ତିଥିରେ ଶତାୟୁ ଧର୍ମପ୍ରାଣା ମହିଳା ରାଧା ଦେବୀଙ୍କ ପରଲୋକ ଘଟିଛି । ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ରାଧାଦେବୀଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି  ।  ତାଙ୍କ ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ ।

ଏକ ଶୋଭାଯାତ୍ରାରେ ରାଧା ଦେବୀଙ୍କ ପାର୍ଥିବ ଶରୀରକୁ ନିକଟସ୍ଥ ବିରୂପା ନଦୀ ତଟକୁ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । କନିଷ୍ଠ ପୁତ୍ର ଅଶୋକ ବେହେରା ମୁଖାଗ୍ନି ଦେଇଥିଲେ ।

ସ୍ବର୍ଗୀୟା ରାଧା ଦେବୀଙ୍କ ବିୟୋଗରେ ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ଅଖିଳେଶ ମହାନ୍ତି, କୁହୁଣ୍ଡା ବିକାଶ ପରିଷଦ ସଭାପତି ନିରଞ୍ଜନ ମୁଦୁଲି, ମୂଷିବର ପଲେଇ, ଚନ୍ଦ୍ରମଣି ଦାଶ, ସୁନାକର ବେହେରା,ରବୀନ୍ଦ୍ର ଦାସ, ଅଚ୍ୟୁତାନନ୍ଦ ପଲେଇ, ଦାମୋଦର ପଲେଇ,ନିମାଇଁ ଚରଣ ବେହେରା, ନାରାୟଣ ଦାଶ, ସିଦ୍ଧେଶ୍ବର ବେହେରା, ସୁଜୟ ବେହେରା, କେଦାରେଶ୍ୱର ପୁହାଣ,ରାଜେଶ ବେହେରା, ଜଗନ୍ନାଥ ପଣ୍ଡା,ସରୋଜ ଦାସ, ସୂର୍ଯ୍ୟମଣି ଧଳ, ଦତ୍ତହରୀ ଦାସ, ମହେନ୍ଦ୍ର ଦାସ, ଗୟାଧର ବେହେରା, ବ୍ରଜବନ୍ଧୁ ବେହେରା, ନବ କିଶୋର ବେହେରା, ସୁବାସ ଦାସ, ଲକ୍ଷ୍ମୀଧର ପଣ୍ଡା, ଶ୍ୟାମ ସୁନ୍ଦର ବେହେରା, ତ୍ରିଲୋଚନ ସାହୁ, ବିଜୟ ଦାଶ, ବିଶ୍ୱରଂଜନ ଦାଶ,ମାନସ ବେହେରା, ଘନଶ୍ୟାମ ବେହେରା, କୈଳାସ ଦାଶ, ମହେଶ୍ୱର ସାହୁ, ଗଦାଧର ସାହୁ, ଅରବିନ୍ଦ ପଣ୍ଡା, ସୁମନ୍ତ ପଲେଇ,  ଚକ୍ରଧର ଦାସ, ଅମୁଲ୍ୟ ପଲେଇ, ଶରତ ପଣ୍ଡା, ପ୍ରଦୀପ ପଲେଇ,ନାରାୟଣ ବେହେରା,କୃପାମୟ ବେହେରା,ପ୍ରକାଶ ବେହେରା, କୈଳାସ ବେହେରା, ଇଶ୍ୱର ଦାସ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *