ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ବୈଠକ ।

ଜଗତସିଂହପୁର ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର ଆୟୋଜନ ହୋଇ ଥିଲା । ଏହି ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଦୁର୍ଘଟଣା ହ୍ରାସ ନିମନ୍ତେ ସଠିକ୍ ପଦକ୍ଷେପ ନେବା ସହ ଆଇନ ଅମନ୍ୟକାରି ଙ୍କ ବିରୋଧ ରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ଏନ ଏଚ ୫୫ ଓ ଏସ ଏଚ ୧୨ ଉପରେ ହମ୍ପସ ସାଇନେଜ୍ ଲଗାଇବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଭାରିଯାନ ହଟାଇବା କୁ ନେଇ ଗୁରୁତ୍ୱ ଦେଇଥିଲେ ।

ମଦ୍ୟପାନ କରି ଗାଡ଼ି ଚାଳକ ମାନଙ୍କ ଉପରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ  ସଭା କାର୍ଯ୍ୟ ପରିଚାଳନା କରି ଜିଲ୍ଲା ରେ  ଦୁର୍ଘଟଣା  କୁ ହ୍ରାସ କରିବାକୁ ଗଠନମୂଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିବା ସହ ଦୁର୍ଘଟଣା ର କାରଣ ଓ ନିରାକରଣ ବିଷୟ ରେ ଆଲୋଚନା କରିଥିଲେ। କୁଜଙ୍ଗ ଅଭୟ ଚାନ୍ଦପୂର, ପଙ୍କପାଳ ଛକ ନିକଟରେ ବଡ ବଡ ହମ୍ପସ ନିକଟରେ ମାର୍କିଂ କରିବାକୁ ଆଲୋଚନା ହୋଇଥିଲା। ଦୁର୍ଘଟଣା ପ୍ରବଣ  ରାସ୍ତା ରେ ଉପଯୁକ୍ତ ସଙ୍କେତ ଲଗାଇବା, ଷ୍ଟ୍ରିଟ୍ ଲାଇଟ୍ ଲଗାଇବା,ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କଡ଼ାକଡ଼ି କରିବାକୁ କହିଥିଲେ । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାସ୍ତା ର ମରାମତି, ଜଗତସିଂହପୁର ପୌରପରିଷଦ ଅଞ୍ଚଳ ରେ , ପାରାଦ୍ଵୀପ ପୌର ପରିଷଦ ର ଅଠର ବାଙ୍କୀ ରୁ ଦୋଛକି ପର୍ଯ୍ୟନ୍ତ ରୋଡ ସେଫ୍ଟି,ନୋ ପାର୍କିଂ ସାଇନେଜ୍ ଲଗାଇବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବର୍ଷା ଦିନ ଯୋଗୁ କର୍ଯ୍ୟ ଚାଲୁଥିବା ସ୍ଥାନ ମାନଙ୍କରେ ରାସ୍ତା ବନ୍ଦ ର ସଙ୍କେତ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପ୍ରତି ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଭାରିଯାନ ଚଳାଚଳ କଟକଣା, ରଙ୍ଗ ରୁଟ୍ ରେ ଗାଡ଼ି ପାର୍କିଂ, ଆଇନ ଭଙ୍ଗକରୀ ମାନଙ୍କ ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ  , ପାରାଦ୍ଵୀପ ପୋର୍ଟ ନିକଟ ରେ ପାର୍କିଂ ଜୋନ୍ ବ୍ୟବସ୍ଥା କରିବା ପାଇଁ ଗଠନ ମୂଳକ ମତାମତ ଦେଇଥିଲେ ।  ୯ ଜଣ ଗୁଡ ସମାରିଟାନ ଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହି ଗୁଡ ସମାରିଟାନ ମାନେ ହେଲେ :-ଗଗନ କୁମାର ଭୋଇ ,ସୁଦର୍ଶନ ସ୍ବାଇଁ ,ରାଜେଶ କୁମାର ଜେନା ,ଅଞ୍ଜନ କୁମାର ପ୍ରଧାନ, ରଞ୍ଜନ କୁମାର ଭୋଇ, ସଂଗ୍ରାମ କିଶୋର ପଟ୍ଟନାୟକ ,ପ୍ରୀୟାଂଶୁ  ପରିଡ଼ା ,ଲୋକନାଥ ଓଝା ଓ ନରେଶ କୁମାର ରାଉତ ।

ଏହି ଅବସରରେ ଡେପୁଟି କଲେକ୍ଟର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ନିର୍ବାହୀ ଅଧିକାରୀ ପାରାଦ୍ଵୀପ ପୌର ପରିଷଦ ଶ୍ରୀ ଅଭିଷେକ ପଣ୍ଡା,ନିର୍ବାହୀ ଅଧିକାରୀ ଜଗତସିଂହପୁର ଶ୍ରୀ  ସନ୍ଦିପ ସିଂହ, ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ,ଏନ୍ ଏଚ ୫୫ ବିଭାଗର ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନାଗରିକ ସମାଜର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *