ଯାଜପୁର, ୦୭/୦୪/୨୦୨୫ (ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତ ବର୍ଷ ଯାଜପୁର ଜିଲ୍ଲା କାରାଗାର ପରିସରରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାମନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
କାରାଗାର ଅଧିକ୍ଷକ ଶ୍ରୀ ସୁନୀଲ କୁମାର ପାତ୍ର ଙ୍କ ତତ୍ୱାବଧାନରେ ଶ୍ରୀ ରାମଚରିତ ପାରାୟଣ ଓ ଜ୍ଞାନଯଜ୍ଞ କୁ ରାମସେବକ ରାମକୀଙ୍କର ଦାଶ ଅନ୍ତେବାସୀଙ୍କ ହିତରେ ପରିବେଷଣ କରିଥିଲେ ।
କାରଗାର ର ସମସ୍ତ କର୍ମଚାରୀ ସହଯୋଗ କରି କାର୍ୟକ୍ରମ କୁ ସଫଳ କରାଇଥିଲେ।
