ନେମାଳ ଦେବସ୍ନାନ ପୁର୍ଣିମା ଯାତ୍ରା ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼

 ନେମାଳ,୨୯/୦୬/୨୦୨୬(ଓଡିଶା ସମାଚାର/ଅଭୟ ଜେନା)-କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଣ୍ୟ ତିଥି ଅବସରରେ ମହା ମହୋତ୍ସବ ଓ ଦେବସ୍ନାନ ପୁର୍ଣିମା ବାଲିଯାତ୍ରା, ମହାସମାରୋହ ରେ ଅନୁଷ୍ଠିତ ହେଉଅଛି । ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ଗାଦି ରେ ଭକ୍ତ ମାନେ ଧାଡିରେ ଯାଇ ଦର୍ଶନ କରିବା ସହପୂଜାର୍ଚନା କରୁଛନ୍ତି । ଓଡିଶା ର ବିଭିନ୍ନପ୍ରାନ୍ତରୁ ଏହି ମହୋତ୍ସବ ପାଇଁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି  ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏ ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ଓ ନିଶ୍ଚିନ୍ତକୋଇଲି ତହସିଲଦାର,ସାଲେପୁର ଏସଡିପିଓ ଓ ନେମାଳ ଥାନା ଅଧିକାରୀ ଙ୍କ ତତ୍ୱାବଧାନ ରେ ଭକ୍ତମାନେ କିପରି ସୂଚାରୁରୂପେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।  ଅପରାଧ ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇ ଆଠ ପ୍ଲାଟୁନ ଫୋର୍ସ ମୁତୟନ କାରାଯାଇଛି । ଚିତ୍ରୋତ୍ପଳା ନଦୀତଟ ରେ ବାଲିଯାତ୍ରା ର ଆୟୋଜନ କରାଯାଇଛି । ଯାତ୍ରାରେ ପଡ଼ିଥିବା ଦୋକାନ ବଜାରରେ ବିଭିନ୍ନ ସାମଗ୍ରୀ ର ବିକ୍ରିବଟା ଲାଗିଛି. । ଯାତ୍ରା ଅବସରରେ ବିଭିନ୍ନ ସଂଗଠନ, ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ୱା.ଆର.ସି ସଂଗଠନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

 

Leave a Reply

Your email address will not be published. Required fields are marked *