Breaking News : ବ୍ରହ୍ମପୁର ପୋଲିସର ଡବଲ ଏନକାଉଣ୍ଟର

ବ୍ରହ୍ମପୁର,୨୬/୦୫/୨୦୨୬ (ଓଡ଼ିଶା ସମାଚାର)-ଗଞ୍ଜାମରେ ପୁଣି ବ୍ରହ୍ମପୁର ପୋଲିସର ଡବଲ ଏନକାଉଣ୍ଟର ।  ପୋଲିସ ଗୁଳିରେ ଦୁଇ ଅଭିଯୁକ୍ତ ଗୁରୁତର ଗୁରୁତର ଦୁଇ ଅଭିଯୁକ୍ତ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି । ଅଭିଯୁକ୍ତ ଦୁଇ ଜଣ ହେଲେ ବରଗଡ଼ ଥାନା ଅନ୍ତର୍ଗତ ନଉଗାଁର ରଞ୍ଜନ ମଲ୍ଲିକ (୨୭) ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରୀ ପାଢ଼ୀ ସାହିର ସରୋଜ ପଣ୍ଡା(୩୫) । ରଞ୍ଜନ ଓ ସରୋଜ ପ୍ଲଟ ବେପାରୀ ସୁଧୀର ପାତ୍ର ହତ୍ୟା ଘଟଣାର ଅଭିଯୁକ୍ତ । ଗୋଟିଏ ରାତିରେ ଦୁଇ ଅପରାଧିଙ୍କୁ ପୋଲିସ ଏନକାଉଣ୍ଟର କରିଛି । ବାହାର ରାଜ୍ୟରୁ ଆରେଷ୍ଟ ହୋଇଥିଲେ ।

ଆଙ୍କୁଶପୁରରେ ଫେରାର ଉଦ୍ୟମ ବେଳେ ପୋଲିସର ଏନକାଉଣ୍ଟର । ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରରେ ଉଭୟ ଅଭିଯୁକ୍ତ ପୋଲିସକୁ ଆକ୍ରମଣ କରି ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ପୋଲିସ ଉପରେ ଆକ୍ରମଣ କରିବାରୁ ଆଙ୍କୁଶପୁରରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ବିକିକୁ ପୋଲିସ ଏନକାଉଣ୍ଟର କରିଛି । ରଞ୍ଜନଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ଓ ସରୋଜର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ଆହତ ଅବସ୍ଥାରେ ଉଭୟଙ୍କୁ ପୋଲିସ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି ।

Leave a Reply

Your email address will not be published. Required fields are marked *