ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ  କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍ ୨୦୨୬’ରେ ପ୍ରଥମ ଭାରତୀୟ ଭାବେ ବିଜୟ ହାସଲ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଥିବା ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ସମ୍ବର୍ଦ୍ଧିତ କରିଛନ୍ତି ।

ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରୁଥିବା ତାଙ୍କର ଚମତ୍କାର ବାଲୁକା କଳା ‘ମଦର ନେଚର’ ବିଶ୍ୱ ଦରବାରରେ ଉଚ୍ଚ ପ୍ରଶଂସିତ ହୋଇଛି। ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିଥିବା ଶ୍ରୀ ପଟ୍ଟନାୟକଙ୍କ ଉତ୍ସର୍ଗୀକୃତ ମନୋଭାବକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି ।

 

Leave a Reply

Your email address will not be published. Required fields are marked *