ନେମାଳ ଦେବସ୍ନାନ ପୁର୍ଣିମା ଯାତ୍ରା ନିମନ୍ତେ ବ୍ୟାପକ ଟ୍ରାଫିକ ମାର୍ଗଦର୍ଶିକା

ନେମାଳ,୨୮/୦୬/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ମହୋତ୍ସବ ଓ ଦେବସ୍ନାନ ପୁର୍ଣିମା ବାଲିଯାତ୍ରା, ୨୯ ତାରିଖ ସୋମବାର ଅନୁଷ୍ଠିତ ହେଉଅଛି । ଏହି ମହୋତ୍ସବ ପାଇଁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଉକ୍ତ ଦିନ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ସମ୍ପର୍କ ରେ ସାଲେପୁର ଏସଡିପିଓ ବିରଂଚି ନାରାୟଣ ପତିଙ୍କ ତତ୍ୱାବଧାନ ରେ ଭକ୍ତମାନେ କିପରି ସୂଚାରୁରୂପେ ଦର୍ଶନ କରିପାରିବେ ସେଥିପାଇଁ ମାର୍ଗ ଦର୍ଶିକା ଜାରି କରାଯାଇଛି |

ସେଥିପ୍ରତି ଗୁରୁତ୍ୱ ଦେବା ସହିତ ଅପରାଧ ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇ ଆଠ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି । ପ୍ରତି ଛକ ରେ ଲୋକାଲ ପୋଲିସ ଓ ଭଲେଣ୍ଟିୟାରଙ୍କୁ ମୁତୟନ କରାଯାଇଥିବା ଶ୍ରୀ ପତି ସୂଚନା ଦେଇଛନ୍ତି । ମହାନଦୀ ଚିତ୍ରୋତ୍ପଳା ଓ ଲୁଣା ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ର ବିଭିନ୍ନ ଛକ ଓ ରାସ୍ତା ଦେଇ ଭକ୍ତ ମାନେ ପ୍ରଶାସନ ର ଗାଇଡ଼ ଲାଇନ ଅନୁସାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡି ମଟର ରଖି ପୀଠ ଓ ଯାତ୍ରା କୁ ଆସି ପାରିବେ । ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଶୃଙ୍ଖଳା ର ସହ ଦର୍ଶନ କରିବା କୁ ଶ୍ରୀ ପତି ଓ ନେମାଳ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର ଭକ୍ତ ମାନଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *