ତାମିଲନାଡୁ ଗ୍ୟାସ ଲିକ ଘଟଣା ରେ ଆଉ ଜଣେ ଓଡ଼ିଆ ଯୁବତୀ ଙ୍କ ମୃତ୍ୟୁ

ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି
କେନ୍ଦୁଝର, ୨୭/୦୬/୨୦୨୬ (ଓଡ଼ିଶା ସମାଚାର)- ତାମିଲନାଡୁ ର ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲୀଆମ ନିକଟରେ ଥିବା ସେଣ୍ଟ ପିଟର୍ସ ପର୍ଲ ସି -ଫୁଡ ଏକ୍ସପୋର୍ଟ କମ୍ପାନୀ ରେ ଏମୋନିଆ ଗ୍ୟାସ ଲିକ ଘଟଣା ରେ ଆଉ ଜଣେ ଓଡ଼ିଆ ଯୁବତୀ ଙ୍କ ମୃତ୍ୟୁ ହୋଇଛି ।

ମୃତ ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହି ର ବୃନ୍ଦା ଜୁଆଙ୍ଗ ଙ୍କ ଝିଅ କବିତା ଜୁଆଙ୍ଗ ବୋଲି ଜଣାପଡିଛି । ଦୁର୍ଘଟଣା ଦିନ ଠାରୁ କବିତା ଶଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ତାମିଲନାଡୁ ର ଗ୍ୟାସ ଲିକ ଘଟଣା ରେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା ୧୨ରେ ପହଁଚିଛି । ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *