ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୭/୦୧/୨୦୨୫ (ଓଡ଼ିଶା ସମାଚାର)- ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ଏହାର ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଇନ୍ଦିରାଗାନ୍ଧୀ ପାର୍କର ବରିଷ୍ଠ ସୁରକ୍ଷା ଅଧିକାରୀ ବେଣୁଧର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଆସୋସିଏସନର ତିିନିଜଣ ଆବାହକ ସଚିବାଳୟ କର୍ମଚାରୀ ସଂଘର ନେତା ତଥା ଅର୍ଥ ବିଭାଗର ବରିଷ୍ଠ ପ୍ରଶାସକ ଚିତରଞ୍ଜନ ହୋତା, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଓ ତଥା କ୍ରୀଡ଼ା ସଂଗଠକ ଶକ୍ତି ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, ସଚିବାଳୟ କର୍ମଚାରୀ ନେତା ପତିତପାବନ ନାଥ ଶର୍ମା, ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ସାମଲ, କ୍ରୀଡ଼ା ସଂଗଠକ ମଳୟ କୁମାର ବେହେରା, ପ୍ରବୀର ଦାସ, ଗୋବିନ୍ଦ ଚନ୍ଦ୍ର ଦାସ, ଲିପନ ସାହୁ, ବିରଂଚି କୁମାର ପାତ୍ର, ଆଲୋକ କୁମାର ସେଠୀ, ଦିଲ୍ଲୀପ କୁମାର ଜେନା, ଅନିଲ୍ କୁମାର ପଣ୍ଡା, ଅକ୍ଷୟ କୁମାର ରଣା, ମୋହନ ପ୍ରଧାନ, ପ୍ରାଣପ୍ରିୟ ପାଢୀ, ପିୟୁଷ ସାହୁ, ମନ୍ମଥ ପାତ୍ର, ଅନନ୍ତ କୁମାର ସାମଲ, ବିକ୍ରମ ପାତ୍ର, ଅଶୋକ ଦାସ, ପବିତ ମୋହନ ପଟ୍ଟନାୟକ, ବ୍ରଜସୁନ୍ଦର ପାତ୍ର, ରବିନାରାୟଣ ଆଚାର୍ଯ୍ୟ, ସଚ୍ଚିଦାନନ୍ଦ ରାଉତ, ପ୍ରତାପ ଜେନା, ବିଭୂତି ଭୂଷଣ ପତି ପ୍ରମୁଖ ଶତାଧିକ ମର୍ଣ୍ଣିଂ ୱାକର୍ସ ଆସୋସିଏସନର ସଦସ୍ୟ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ୱନିମାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *