ହଂସନାଥ ମନ୍ଦିର ବେଢ଼ାରେ ଥିବା ନୂଆ ଘରକୁ ଭୋଗ ଦୋକାନ ଉଠିଲା, ହେଲେ ଶୁଦ୍ଧପୂତତାକୁ ନେଇ ପ୍ରଶ୍ନବାଚୀ!

କଟକ ସଦର,୨୭/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ହଂସନାଥଙ୍କ ପୀଠଙ୍କ ବେଢାରେ ନବନିର୍ମିତ କୋଠା ଘରକୁ ଭୋଗ ଦୋକାନ ସ୍ଥାନାନ୍ତର ହୋଇଥିବା ବେଳେ ଭୋଗର ଶୁଦ୍ଧପୂତାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଭୋଗ ଦୋକାନରେ ଠାକୁର ଙ୍କ ବିକ୍ରି ହେଉଥିବା ଭୋଗ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ସେସବୁ ଶୁଦ୍ଧପୂତ ଭାବେ ତିଆରି ଓ ଵିକ୍ରି ହେଉନଥିବା ଅଭିଯୋଗ ହେଉଛି।

ସେଥିରେ ନୂଆ ଭୋଗ ଦୋକାନ ଆଗରେ ମନ୍ଦିର ସୈ।ନ୍ଦର୍ଯ୍ୟ ନଷ୍ଟ କରାଯାଇ ବାଉଁଶ ଵନ୍ଧାଯାଇ ଅସ୍ଥାୟୀ ସେଡ୍ ଓ ଭୋଗ ତିଆରି ପାଇଁ ଚୁଲି ତିଆରି କରାଯିବା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତୁରନ୍ତ ଏଥିପ୍ରତି ମନ୍ଦିର ପରିଚାଳନା କମିଟି ଓ ପ୍ରତ୍ନତତ୍ତ୍ଵ ବିଭାଗ ଦୃଷ୍ଟି ଦେବାକୁ ସବୁ ମହଲରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *