କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ନୀରବ ପ୍ରାର୍ଥନା ଓ  ଶ୍ରଦ୍ଧାଞ୍ଜଳି

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ  ଶୋକ ପ୍ରକାଶ

ଭୁବନେଶ୍ୱର,୨୫/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ  ସୀସାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପାର୍କିନ୍‌ସନ୍‌ସ ( ସ୍ନାୟୁଜନିତ ରୋଗ) ରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା ।  ତାଙ୍କର ଏହି ଅକାଳ ବିୟୋଗରେ ଭୁବନେଶ୍ୱରସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟରେ ଏକଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ବିଭାଗରବରିଷ୍ଠ ଅଧିକାରୀଓ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତ ସୀସାଙ୍କର ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ତାଙ୍କର ଅମରାତ୍ମାର ଶାନ୍ତି ଓ ସଦଗତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ  ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।

ଶ୍ରୀଯୁକ୍ତ ସୀସାଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଂଘର କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ବିଭାଗୀୟ ମୁଖ୍ୟାଳୟରେ ସ୍ୱର୍ଗତ ସୀସାଙ୍କର ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେହିପରି  ବିଭିନ୍ନ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନେ ମଧ୍ୟ  ଶ୍ରୀଯୁକ୍ତ ସୀସାଙ୍କ ଅମରାତ୍ମା ଶାନ୍ତି ଓ  ସଦଗତି କାମନା ପୂର୍ବକ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ, ତାଙ୍କ ଧର୍ମପତ୍ନୀ ଏବଂ ବୃଦ୍ଧ ପିତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ସ୍ୱର୍ଗତ ସୀସା କୋରାପୁଟ ଜିଲ୍ଲା ସିମିଳିଗୁଡ଼ା  ବ୍ଲକ ଅନ୍ତର୍ଗତ ପାଟଖମରା ଗ୍ରାମର ମୂଳ ବାସିନ୍ଦା ଥିଲେ । ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଭଞ୍ଜନଗରଏବଂ ପରେ ପରେ  କୁଚିଣ୍ଡାଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଦେବଗଡ ଏବଂ ଗଜପତି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ୨୦୨୨ ମସିହାରୁ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ କୋରାପୁଟ ଡିଆଇପିଆରଓ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଥିଲେ ।

-0-

ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *