ସଡ଼କ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ଉଦଯାପିତ

ନିରାକାରପୁର, ୨୨/୦୩/୨୦୨୪ (ଓଡ଼ିଶା ସମାଚାର)- ବେସରକାରୀ ଅନୁଷ୍ଠାନ ଜୀବନ ବିକାଶ ଦ୍ଵାରା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସହାୟତାରେ ଓ ସରସ୍ବତୀ ବିଦ୍ୟାମନ୍ଦିର ଆର୍ୟ୍ୟ ବିହାର ସହଯୋଗରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା। ଜାତୀୟ ରାଜପଥରେ ଯାତାୟତ କରୁଥିବା ଗାଡି ଚାଳକ ମାନଙ୍କୁ ସଚେତନ କରିବା ପାଇଁ ଏକ ଅଭିନବ ପ୍ରାୟଶ ମଧ୍ୟ କରାଯାଇଥିଲା। ସଡ଼କ ନିୟମ ପାଳନ କରି ଦୁଇ ଚକିଆ ଯାନ ରେ ହେଲମେଟ ପରିଧାନ କରିଥିବା ଓ ଚାରିଚାକିଆ ଜାନରେ ସିଟ ବେଲ୍ଟ ଲଗାଇଥିବା ଗାଡି ଚାଳକ ବନ୍ଧୁଙ୍କୁ ଚକୋଲେଟ,ଗୋଲାପ ଫୁଲ ଦେଇ ସଡ଼କ ନିୟମ ପାଳନ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ।ନିୟମ ଅବମାନନା କାରୀକୁ ସଡ଼କ ସୁରକ୍ଷା ନିୟମାବଳୀ ସମ୍ପର୍କୀତ ପୁସ୍ତିକା ପ୍ରଦାନ କରିବା ସହ ସଡ଼କ ନିୟମ ପାଳନ କରିବାକୁ କହିଥିଲେ।ସଡ଼କ ସୁରକ୍ଷା ସଚେତନତା ରଥ ବୁଲି ଜନସାଧାରଣଙ୍କୁ ସଚେତନ କରିଥିଲା।   ଉଦଯାପନୀ ଉତ୍ସବରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ସନ୍ତୋଷ କୁମାର କର ଯୋଗ ଦେଇ ଗାଡ଼ି ଚାଳନା ସମୟରେ ନିଜର ବହୁମୂଲ୍ୟ ଜୀବନକୁ ସୁରକ୍ଷା ଦେବାପାଇଁ କିପରି ଟ୍ରାଫିକ ନିୟମ ପାଳନ କରିବେ ଓ ସଡ଼କ ସୁରକ୍ଷା ପାଇଁ ନିଜ ସହ ଅନ୍ୟକୁ ସଚେତନ କରାଇବେ ସେ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇ ଥିଲେ। ଜୀବନ ବିକାଶ ର ନିର୍ଦେଶକ ତଥା ବିଦ୍ୟା ମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ଆଚାର୍ୟ୍ୟ ସଭାର ଆଭିମୁଖ୍ୟ ,ବେପରୁଆ ଗାଡି ଚାଳନା ମଣିଷ ର କି କ୍ଷତି ଘଟାଏ,ତାହା ଉପସ୍ଥାପନ କରିଥିଲେ।ପ୍ରଧାନ ଆଚାର୍ୟ୍ୟ ନଳିନୀ ରଥ ସଭାକାର୍ୟ୍ୟ ପରିଚାଳନା କରିଥିଲେ। ସାମ୍ବାଦିକ ଉମେଶ ଚନ୍ଦ୍ର  ପଟ୍ଟନାୟକ ଟ୍ରାଫିକ ନିୟମ ସମ୍ବନ୍ଧୀୟ ସ୍ୱଳ୍ପ ବକ୍ତବ୍ୟ ରଖିଥିଲେ। ନିକଟରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ କୁମାର ସଢଙ୍ଗୀ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ସ୍ମୃତି ତଥା ସଡ଼କ ଦୁଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରକୃତି ମିତ୍ର ସନ୍ତୋଷ କୁମାର କର,ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶ ପ୍ରେମୀ ମୁଖ୍ୟ ଅତିଥି ଯୋଗ ଦେଇ ସଡ଼କ ନିୟମ ପ୍ରଥମେ ବ୍ୟକ୍ତିଗତ ଭାବେ ଆମେ ନିଜେ ମାନିବାକୁ ଉପଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତ୍ସ୍ନା ରାଣୀ  ଶ୍ରୀଚନ୍ଦନ ଅତିଥି ଭାବରେ ଯୋଗ ଦେଇଥିଲେ।ବିଭୂତି ଭୂଷଣ ଆଚାର୍ୟ୍ୟ ନିର୍ଦ୍ଦେଶକ ଜୀବନ ବିକାଶ ଅତିଥି ପରିଚୟ ସହ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ନଳିନୀ ରଥ ପ୍ରଧାନ ଆଚାର୍ୟ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା କାର୍ୟ୍ୟ ପରିଚାଳନା କରିଥିଲେ। ପୁଷ୍ପାଞ୍ଜଳୀ ପଟ୍ଟନାୟକ ,ସୌନ୍ଦର୍ୟ୍ୟା ଶ୍ରୀଚନ୍ଦନ ,ଧରିତ୍ରୀ ବେହେରା, ପ୍ରମୋଦିନୀ ଗୁସ୍ୱାଇଁ , ସୁଜାତା ସାମନ୍ତରାୟ ,ଲଲାଟ କୁମାର ସାହୁ , ଜିତେନ୍ଦ୍ର କୁମାର ପୃଷ୍ଟି , ସର୍ବେଶ୍ଵର ବେହେରା, କିଶୋର ଚ଼ନ୍ଦ୍ର ସୁନ୍ଦରାୟ ,ଗୋପାଳ ଚ଼ନ୍ଦ୍ର ବେହେରା ପ୍ରମୁଖ ସହଯେଗ କରିଥିଲେ। ସର୍ବଶେଷରେ ସଡ଼କ ସୁରକ୍ଷା ସମ୍ପର୍କୀତ ଶପଥ ପାଠ କରାଯାଇଥିଲା।

Leave a Reply

Your email address will not be published. Required fields are marked *