ଜୟପ୍ରକାଶ ନାୟକ ସଭାପତି, ସତ୍ୟରଞ୍ଜନ ସାହୁ ସମ୍ପାଦକ ଭାବେ ମନୋନିତ
ଦଶରଥପୁର, ୧୨/୮/୨୦୨୪ (ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରସ୍ତ ସିଟ କମ୍ପ୍ୟୁଟର ସେଣ୍ଟର ସଭାଗୃହ ଠାରେ ଦଶରଥପୁର ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ରବିବାର ସନ୍ଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ସୀତାଂଶୁ ଶେଖର ଯେନା, ଜ୍ୟୋତିପ୍ରକାଶ ମିଶ୍ର, ଜୟପ୍ରକାଶ ନାୟକ, ସତ୍ୟରଞ୍ଜନ ସାହୁ, ରାକେଶ କୁମାର ସାହୁ,ମନୋରଞ୍ଜନ ମଲ୍ଲିକ, ସଞ୍ଜୟ ରାୟ, ବିଜୟ ରାଉତ, ସନ୍ଦୀପ କୁମାର ରାୟ, ଜ୍ୟୋତି ଶଙ୍କର ରାୟ, ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକର ବିଭିନ୍ନ ବର୍ଗର ସାମ୍ବାଦିକ ମାନଙ୍କୁ ନେଇ “ସାମ୍ବାଦିକ ସଂଘ ଦଶରଥପୁର” ନାମରେ ଏକ ନୂତନ ସଂଘ ଗଠନ କରାଯାଇଥିଲା । ନୂତନ ସାମ୍ବାଦିକ ସଂଘର ସଭାପତି ଭାବେ ଜୟପ୍ରକାଶ ନାୟକ ଓ ସତ୍ୟରଞ୍ଜନ ସାହୁଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ସାମ୍ବାଦିକ ସୀତାଂଶୁ ଶେଖର ଯେନାଙ୍କୁ ଉପସଭାପତି, ଆନନ୍ଦ ଚନ୍ଦ୍ର ବାରିକଙ୍କୁ ସହ ସମ୍ପାଦକ ଓ ରାକେଶ କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସେହିପରି ମନୋରଞ୍ଜନ ମଲ୍ଲିକ ଓ ଜ୍ୟୋତିପ୍ରକାଶ ମିଶ୍ରଙ୍କୁ ସଂଘର ଉପଦେଷ୍ଟା ରୂପେ ମନୋନୀତ କରାଯାଇଥିଲା । ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ସଂଘ ତରଫରୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସାମ୍ବାଦିକ ସଂଘ ଦଶରଥପୁର ଲୋକ ମାନଙ୍କ ମୌଳିକ ସମସ୍ୟା ଗୁଡିକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ତାଙ୍କ ହକ ପାଇବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିବାକୁ ନିଷ୍ପତି ନିଆଯାଇଥିଲା । ଏଥିସହ ଆଗାମୀ ଦିନରେ ସାମ୍ବାଦିକ ସଂଘ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟ ତଥା ସମାଜର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ଜ୍ୟୋତିପ୍ରକାଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।