ପୂର୍ବତନ ସରପଞ୍ଚ ଦୁଧିଷ୍ଠୀର ମହାପାତ୍ରଙ୍କ ବିୟୋଗରେ ଶୋକ ।

କଟକ,୨୪/୦୫/୨୦୨୪(ଓଡ଼ିଶା ସମାଚାର) :  କଟକ ସଦର ୪୨ ମୌଜା କୁଳସରିଚୁଆଁ ପଞ୍ଚାୟତର ପୂର୍ବତନ ସରପଂଚ ବିଶିଷ୍ଟ ରାଜନେତା ଯୁଧିଷ୍ଠିର ମହାପାତ୍ର ଯେକି ତିନି ଥର ଲଗାତର ଭାବେ ସରପଞ୍ଚ ହୋଇଥିଲେ । ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ଉପଦେଷ୍ଟା ଥାଇ ଗାନ୍ଧୀବାଦି ଚିତ୍ର ଶିଳ୍ପୀ ଆନନ୍ଦ ଚରଣ ମହାନ୍ତି ଓ ସମାଜସେବୀ ନାଟ୍ୟକାର ନୃସିଂହ ଚରଣ ଦାସଙ୍କ ସହିତ ମିଶି ୪୨ ମୌଜାର ବହୁତ୍ କିଛି ଉନ୍ନତି କରିଥିଲେ । କଟକ ସଦର ୪୨ ମୌଜା ପଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ ଶୋକ ପାଳିତ ହେବା ସହିତ ତାଙ୍କର ଅମର ଆତ୍ମାର ସତ୍ ଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ସରୋଜ ନଳିନୀ ପରିଜା – ସଭାପତି ଇଞ୍ଜିନିୟର ,ସେବକ ଶ୍ରୀକାନ୍ତ ବେଉରା ସାମ୍ବାଦିକ,ଉପଦେଷ୍ଟା କାର୍ଯ୍ୟକାରୀ ସଭାପତି – ଅଭୟ କୁମାର ଦାସ, ଉପସଭାପତି – ଉପେନ୍ଦ୍ର ବାରିକ,ମହାସଚିବ – ରୁଦ୍ର ନାରାୟଣ ଦାସ,ସାଧାରଣ ସମ୍ପାଦକ – ନାରାୟଣ ଚନ୍ଦ୍ର ମହାନ୍ତି ଓ ପ୍ରତିଷ୍ଠାନ ପରିବାର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *