ବିଜେପି ନେତା ଓ କର୍ମୀ ଙ୍କ ନାମରେ  ଏତଲା ଦେଲେ ସରପଞ୍ଚ, କାର୍ୟ୍ୟାନୁଷ୍ଠାନ ନେଇନି ପୋଲିସ !!

କିଶନନଗର, ୧୪/୧୨/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତ ର ସରପଞ୍ଚ ଗତ ୧୨ ତାରିଖ ଦିନ ଏସଏଚଜି ମହିଳା ମାନଙ୍କୁ ନେଇ ସଫେଇ କାର୍ୟ୍ୟକ୍ରମ କରିଥିବା ବେଳେ ବିଜେପି ନେତା ପ୍ରକାଶ ସେଠୀ ଓ ତାଙ୍କ ସମର୍ଥକ ପଞ୍ଚାୟତ ଅଫିସ ଗେଟ ଉପରେ ଚଢି ମହିଳା ମାନଙ୍କୁ ଅସଭ୍ୟ ଭାଷା ରେ ଗାଳି କରିବା ସହ ଠେଲା ପେଲା କରିଥିଲେ  । ଏ ନେଇ ସରପଞ୍ଚ କିଶନନଗର ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ତଥା ସେମାନଙ୍କୁ ଗିରଫ କରାନଯାଏ,ତେବେ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ସରପଞ୍ଚ ରଞ୍ଜିତା ସେଠୀ ପ୍ରକାଶ କରଛନ୍ତି । ତେବେ ୧୪ ତାରିଖସନ୍ଧ୍ୟା ସୁଦ୍ଧା ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସରପଞ୍ଚ ଶ୍ରୀମତୀ ସେଠୀ ପ୍ରକାଶ କରିଛନ୍ତି । ଦେଖିବାକୁ ବାକିରହିଲା ପ୍ରଶାସନ କି ପଦକ୍ଷପ ଗ୍ରହଣ କରୁଛି  ।

Leave a Reply

Your email address will not be published. Required fields are marked *