ଗରଦପୁର, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର ଚିତ୍ରୋତ୍ପଳା ନଦୀର ଉଭୟ ପାଶ୍ୱର୍ ଦ ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ଶିଳାନ୍ୟାସ କରିଛନ୍ତି ।
ଚିତ୍ରୋତ୍ପଳା ନଦୀ ବନ୍ଧର ନଇନ୍ଦିପୁର ସ୍କୁଲଠାରୁ ପାଟକୁରା ମଠ ପର୍ଯ୍ୟନ୍ତ ୨.୩ କିମି ନଦୀ ବନ୍ଧର ଉନ୍ନତିକରଣ କରାଯିବା ପାଇଁ ଆଜି ନଇନ୍ଦିପୁର ଠାରେ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ୨ କୋଟି ୮୦ ଲକ୍ଷ ୬୦୭ ଶହ ୧୧ ଟଙ୍କା ବ୍ୟୟ ଅଟଳଳରେ ନଦୀ ବନ୍ଧ ରାସ୍ତାର ଉନ୍ନତିକରଣ କରାଗଲେ ବନ୍ୟା ଆଶଙ୍କା ଏଡ଼ାଇବା ସହିତ ସ୍ଥାନୀୟ ଲୋକମାନଙ୍କ ଗମନା ଗମନ ସୁବିଧା ହୋଇ ପାରିବ ବୋଲି ବିଭାଗୀୟ ଇଂଜିନିଅର ଓ ଦଳିୟ କର୍ମୀ ସମାବେଶରେ ବିଧାୟକ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ପାଟକୁରା – ହଳଦିଆଗଡ଼ା ରାସ୍ତା ମଧ୍ୟରେ ଯେତେ ସବୁ ଗଡ଼ା ରାସ୍ତା ଅଛି, ସେଗୁଡ଼ିକୁ ମରାମତି କରାଯିବ । ଜଳକଷ୍ଟ ଗ୍ରାମ ଗୁଡ଼ିକରେ ପାନୀୟ ଜଳର ସୁବିଧା କରାଯିବ । ସମସରା ଓ ହରିଦାସପୁର ଠାରେ ବୋରିଂ କରାଯିବ ବୋଲି କହିଥିଲେ । ପାଟକୁରା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରାଣନାଥ ମୁଣ୍ଡା, ପାଟକୁରା ସେକସନ୍ ର କନିଷ୍ଠ ଯନ୍ତ୍ରୀ ଇଂ ଦୁଶାସନ ବାରିକ, କୁଳା ସେକସନ୍ ର କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ଦାସ, ବନ୍ତଳା ସେକସନ୍ ର କନିଷ୍ଠ ଯନ୍ତ୍ରୀ ଯୁବରାଜ ସିଂହ ଉପସ୍ଥିତ ଥିଲେ । ଏହି ନଦୀ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ଜୁଲାଇ ମାସରେ ଶେଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । ପାଟକୁରା ର ପୂର୍ବତନ ସରପଂଚ ଶୈଳେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କର୍ମୀ ସମାବେଶରେ ପାଟକୁରା ସରପଂଚ ଗୀତାଂଜଳି ମହାନ୍ତି, ବେଡ଼ାରୀ ସମିତି ସଭ୍ୟ ଦିଲିପ କୁମାର ସାହୁ, ପାଟକୁରା ସମିତି ସଭ୍ୟ ରାକେଶ କୁମାର ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ଜିଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ ଓ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପ୍ରମୁଖ ବିଧାୟକଙ୍କ ଦ୍ୱାରା ଅଂଚଳରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।