ସାହିତ୍ୟ ପରିଷଦ ଗୃହ ନିର୍ମାଣ ପାଇଁ ଭୂମି ପୂଜନ

ଲକ୍ଷ୍ମୀପୁର,୨୪/୦୬/୨୦୨୬ (ଓଡ଼ିଶା ସମାଚାର)- ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ବହୁବିଧ ପ୍ରଶସ୍ତ କାର୍ଯ୍ୟାଳୟ ଗୃହ ନିର୍ମାଣ ରେ ଭୂମି ପୂଜନ ଓ ଖନନ ପ୍ରକ୍ରିୟା ର କାର୍ଯ୍ୟାରମ୍ଭ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପଛପଟ,ରାଜସ୍ବ ବିଭାଗ ଦ୍ୱାରା ଅନୁମୋଦିତ ଓ ପ୍ରସ୍ତୁତି ଭୂଖଣ୍ଡ ରେ , ଲକ୍ଷ୍ମୀପୁର ପଂଚାୟତ ସମିତି ର ଅଧ୍ୟ୍ୟକ୍ଷା ଶ୍ରୀମତୀ ସୁ୍ୱାଇ କୁଲେସିକା ଙ୍କ କର କମଳରେ ଶୁଭ ଉଦଘାଟନ କରାଯାଇଥିଲା ।

ଗୃହ ନିର୍ମାଣ କାର୍ଯ୍ୟ ଆଗାମୀ ଚାରି ମାସ ମଧ୍ୟରେ ସମ୍ପର୍ଣ୍ଣ ହେବା ପାଇଁ ପ୍ରଶାସନ ତରଫରୁ ନିର୍ଦେଶଗତ ସୂଚନା ମଧ୍ୟ ମିଳିସାରିଛି । ଏହି ଅବସରରେ ସାହିତ୍ୟ ପରିଷଦ ର ସଭାପତି ମହାଦେବ ଶତପଥି, ସମ୍ପାଦକ ତଥା ତଦାରଖ ଅଧିକାରୀ ଅରୁଣ କୁମାର ମିଶ୍ର, ବରିଷ୍ଠ  ନିର୍ମାଣ ଉପଦେଷ୍ଟା ମାଧବ କରକରା, ନିର୍ମାଣ ସହଯୋଗୀ ସଭ୍ୟ ଭାସ୍କର ଆଚାର୍ଯ୍ୟ, ନିର୍ମାଣ ତଦାରଖ ସହାୟିକା ସଭ୍ୟା ପଦ୍ମିନୀ କରକରା ଓ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ଜେନା ପ୍ରମୁଖ ଙ୍କ ସହ ଅନାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *