କଟକ ସଦର, ୧୩/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତଙ୍କ ନାମରେ ଗଢ଼ିଉଠିଥିବା ଅଗ୍ରଣୀ ‘ଵିଷ୍ଣୁପ୍ରିୟା ଫାଉଣ୍ଡେସନ’ ଗତ ୩ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫକିରପଡା ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ହୃଷିକେଶ ସ୍ୱ।ଇଂ ଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଥିବା ଜଣାପଡିଛି। ଫାଉଣ୍ଡେସନର ସଭାପତି, ବିଷ୍ଣୁପ୍ରିୟାଙ୍କ ବୋହୁ ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ମୃତକଙ୍କ ପରିବାରକୁ ଭେଟି ସହାୟତା ଯୋଗାଇ ଦେଇଥିବା ବେଳେ ଏଥିରେ ଫକିରପଡା ସମିତି ସଭ୍ୟ ତଥା ଅତିଥି ସାମାଜିକ ସଂଗଠନ ର ଆବାହକ ସନ୍ତୋଷ କୁମାର ରାଉତ,ନିଗମ ରାଉତ, ଲୋକନାଥ ସାହୁ, ସଂଗ୍ରାମ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଖଵର ପାଇଲେ ଯେକୌଣସି ମୃତକ ପରିବାରକୁ ସହାୟତା ଯୋଗାଇ ଦିଆଯିଵ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।