ଭୁବନେଶ୍ୱର,୦୨/୦୭/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ୧୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
୧୪ରେ ଭୁବନେଶ୍ୱର ଏମସ ସମାବର୍ତନ ଉତ୍ସବ ଏବଂ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ । ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବେ । କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ।
ରାଷ୍ଟ୍ରପତି ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଏହା ପରେ ସିଧାସଳଖ ଏମ୍ସ ଅଭି ମୁଖେ ଯିବେ । ସେଠାରେ ଏମ୍ସର ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ । ସେଥିସ୍ରୋଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରେ ରାଜଭବନ ଫେରି ସେଠାରେ ରାତ୍ରୀଯାପନ କରିବେ । ୧୫ ଜୁଲାଇରେ କଟକ ଅଭିମୁଖେ ଗସ୍ତ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
